ରାୟଗଡ଼ାରେ ସେକ୍ସ ରାକେଟ୍, ଘର ମାଲିକ ସମେତ ୩ ଅଟକ

ଭଡ଼ା ଘରେ ମାଡ଼ି ବସିଲା ପୁଲିସ୍, ୩ ମାସ ଧରି ଚାଲିଥିଲା କାରବାର

ବାର୍‌ରେ କୋଭିଡ୍ କଟକଣାକୁ ଫୁ’: ରାତି ବଢ଼ିଲେ ତାତି ବଢ଼ୁଛି

Representational image esakal.com

ରାୟଗଡ଼ା: ରାୟଗଡ଼ା ସହରର ଏକ ଭଡ଼ା ଘରେ ଚାଲିଥିବା ସେକ୍ସ ରାକେଟକୁ ଠାବ କରିଛି ପୁଲିସ୍। ଘର ମାଲିକ ସମେତ ରାଣୀ ମହୁମାଛି ଓ ଜଣେ ଗରାଖକୁ ପୁଲିସ୍ ଅଟକ ରଖିଛି। ସମସ୍ତ ଅଭିଯୁକ୍ତକୁ ପୁଲିସ୍ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି। ଗତ ୩ ମାସ ହେଲା ଏପରି କାରବାର ଚାଲିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି।

ରାୟଗଡ଼ା ସହର ଗୌତମ ନଗର ଷଷ୍ଠ ଲାଇନରେ ଘର ଭଡ଼ା ନେଇ ସେକ୍ସ ରାକେଟ୍ ଚାଲିଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ରାୟଗଡ଼ା ଥାନା ଏସଆଇ ମାନସ ସାହୁଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ସଂଧ୍ୟାରେ ଘର ଉପରେ ଚଢ଼ାଉ କରିବା ପରେ ଅସଂଜତ ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କୁ ଘର ଭିତରୁ ଉଦ୍ଧାର କରିଥିଲା। ଘର ମାଲିକ ଜାଣି ଶୁଣି ଏପରି କାରବାର ଚଲାଇଥିବା ଅଭିଯୋଗ ପରେ ପୁଲିସ୍ ସମସ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରତି ମାସ‌ରେ ଭଡ଼ା ଘରକୁ ଜଣେ ପରେ ଜଣେ ଯୁବତୀ ଆସୁଥିବାରୁ ସ୍ଥାନୀୟ ଲୋକଙ୍କ ଅଭିଯୋଗକ୍ରମେ ପୁଲିସ୍ ପଦକ୍ଷେପ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe