ଭଦ୍ରକରେ ସେକ୍ସ ରାକେଟ ଠାବ, ଜଣେ ମହିଳାଙ୍କ ସହ ଦୁଇ ଜଣ ଗିରଫ

Advertisment
ଭଦ୍ରକରେ ସେକ୍ସ ରାକେଟ ଠାବ, ଜଣେ ମହିଳାଙ୍କ ସହ ଦୁଇ ଜଣ ଗିରଫ

ଭଦ୍ରକ: ଦୁଇ ମାସ ଧରି ଚାଲିଥିଲା ସେକ୍ସ ରାକେଟ | ଆଉ ଏହାକୁ ଠାବ କରିବାରେ ସକ୍ଷମ ହୋଇଛି ଭଦ୍ରକ ପୁଲିସ | ମିଳିଥିବା ସୂଚନା ମୁତାବକ ଭଦ୍ରକ ପୌରାଞ୍ଚଳର ଉପର ବଗୁରାଇସ୍ଥିତ ଦାଗମୁଣ୍ଡ କଲୋନୀର ଏକ ତିନି ମହଲା ଅଟ୍ଟାଳିକାରେ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଟାଉନ୍ ପୁଲିସ ଚଢ଼ାଉ କରି ୩ ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଉଠାଇ ନେଇଥିଲା। ରାତିରେ ଥାନାରେ ଅଟକ ରଖି ଏହି ମହିଳା ଓ ପୁରୁଷଙ୍କୁ ପଚରାଉଚରା କରିଥିଲା। ତେବେ ଏମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସହ ଦୁଇ ଜଣ ପୁରୁଷଙ୍କୁ ପୁଲିସ ଗିରଫ କରିଥିବାବେଳେ ଅନ୍ୟ ଦୁଇ ଜଣ ମହିଳାଙ୍କୁ ଛାଡିଦେଇଛି |

ମିଳିଥିବା ସୂଚନା ମୁତାବକ ଦାଗମୁଣ୍ଡ କଲୋନୀର ଏକ ତିନି ମହଲା ଅଟ୍ଟାଳିକାରେ ସେକ୍ସ ରାକେଟ ଚାଲିଥିବା ନେଇ ସ୍ଥାନୀୟ ଲୋକ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇବା ପରେ ସେହି ଘର ଉପରେ ଚଢ଼ାଉ କରିଥିଲା। ଭଦ୍ରକ ସହରରେ ସେକ୍ସ ରାକେଟ ଟିମ୍ ସକ୍ରିୟ ହୋଇଥିବା ବେଳେ ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି।

ଏହି ରାକେଟରେ ଆଉ କିଏ କିଏ ସଂପୃକ୍ତ ରହିଛନ୍ତି ସେ ବାବଦରେ ଅଧିକ ତଦନ୍ତ ଚାଲୁ ରହିଛି। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଭଦ୍ରକ ଟାଉନ୍ ଥାନା ଆଇଆଇସି ଚନ୍ଦନ ଘଡାଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe