ବୀରମହାରାଜପୁର ଆଦର୍ଶ ଥାନାରେ ଦୁଇ ବୀର ସହିଦଙ୍କ ଫଟୋଚିତ୍ର ଉନ୍ମୋଚିତ

Advertisment
ବୀରମହାରାଜପୁର ଆଦର୍ଶ ଥାନାରେ ଦୁଇ ବୀର ସହିଦଙ୍କ ଫଟୋଚିତ୍ର ଉନ୍ମୋଚିତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଦର୍ଶ ଥାନା ଅଞ୍ଚଳର ଦୁଇ ବୀର ସହିଦଙ୍କ ଫଟୋଚିତ୍ର ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦେବୀ ପ୍ରସାଦ ଦାସ ଉନ୍ମୋଚିତ କରିଛନ୍ତି ।

ବୁଧବାର ଦିନ ସନ୍ଧ୍ୟାରେ ଥାନା ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଦୁଇ ବୀର ସହିଦଙ୍କ ଚମ୍ପାମଳ ଗ୍ରାମର ନରସିଂହ ମହାକୁଡ଼  ଓ ପଣ୍ଡିଆପାଲି ଗ୍ରାମର ବୀଭିଷଣ ସାହୁ ମାଓବାଦୀମାନଙ୍କ ସହିତ ମୁକାବିଲା କରି ସହିଦ୍ ହୋଇଥିଲେ । ଏଣୁ ସେମାନଙ୍କ ସୃତି ଉଦ୍ଦେଶ୍ୟରେ  ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାସହିତ ସହିଦ ବୀଭିଷଣ ସାହୁଙ୍କ ପିତାଙ୍କୁ ଉପଢୌକନ ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ ଆରକ୍ଷୀ ଅଧୀକ୍ଷକ ଦେବୀ ପ୍ରସାଦ ଦାସ ।

publive-image

ଶ୍ରୀଯୁକ୍ତ ଦାସ ତାଙ୍କର ସୃତି ଚାରଣ କରି କହିଥିଲେ ସୁବର୍ଣ୍ଣପୁର ଜିଲ୍ଲା କେବଳ ବୀରମାଟି ବୀରମହାରାଜପୁର ଅଞ୍ଚଳର ଦୁଇ ସହିଦ ନରସିଂହ ମହାକୁଡ଼ ଓ ବୀଭିଷଣ ସାହୁଙ୍କ ବଳିଦାନ  ବ୍ୟର୍ଥ ହୋଇନାହିଁ । ସେମାନଙ୍କ  ପ୍ରେରଣା ଯୋଗୁଁ ଆମରାଜ୍ୟରେ ନକ୍ସଲ ଦମନ କାର୍ଯ୍ୟକ୍ରମକୁ ସଫଳତାର ସହ ମୁକାବିଲା କରିପାରିଛି ଓଡ଼ିଶା ପୁଲିସ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରମେଶ କୁମାର ପାଣିଗ୍ରାହୀ, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ, ବରିଷ୍ଠ ନାଗରିକ ସଙ୍କଗଠନ ସଭାପତି ଭଗବାନ ମିଶ୍ର, ବୀରମହାରାଜପୁର ଉପଖଣ୍ଡ ପୁଲିସ ଅଧିକାରୀ ଧୀରଜ କୁମାର ଚୋପଦାର, ବୀରମହାରାଜପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ପ୍ରମୁଖ ଦୁଇ ବୀର ସହିଦଙ୍କ ସୃତି ଚାରଣ କରିବା ସହ ତାଙ୍କର ବଳିଦାନ ପୁଲିସ ପାଇଁ ଆଗାମୀ ଦିନରେ ପ୍ରେରଣା ହୋଇ ରହିବ ବୋଲି ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋନପୁର ଉପଖଣ୍ଡ ପୁଲିସ ଅଧିକାରୀ ମିହିର କୁମାର ପଣ୍ଡା ସୋନପୁର ଥାନା ଅଧିକାରୀ ଲୋକେଶ ସାହୁ ଓ ସମସ୍ତ ପୁଲିସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe