ସୁନ୍ଦରଗଡ଼: କରୋନା ମହାମାରୀ ପରି ବିପଦ ସମୟରେ ନିଜ ଜୀବନକୁ ବାଜି ଲଗାଇ ୩୮୫ରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ (କୋଭିଡ୍ ହସ୍ପିଟାଲରୁ ଆସିଥିବା) ମୃତକଙ୍କ ଶବ ସତ୍କାର କରି ମଣିଷପଣିଆର ଚରମ ନିଦ୍ଦର୍ଶନ ସୃଷ୍ଟି କରିଛନ୍ତି ସୁନ୍ଦରଗଡ଼ର ଚାରି ଶ୍ମଶାନବନ୍ଧୁ। ଏହିକ୍ରମରେ ତାଙ୍କୁ ରାଣୀବଗିଚାସ୍ଥିତ ଶ୍ମଶାନରେ ଭେଟି ସେମାନଙ୍କ ଏହି ମାନବୀୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି ସମାଜସେବୀ ତଥା ବିଶ୍ବହିନ୍ଦୁ ପରିଷଦର ଯୁବ ଚେହେରା ଶାନ୍ତନୁ କୁସୁମ। ମାନବୀୟ ସଂକଟ ବେଳାରେ ନିଜ ଜୀବନକୁ ବାଜି ଲଗାଇ ଶହ ଶହ କରୋନା ଆକ୍ରାନ୍ତଙ୍କ ଶବ ସତ୍କାର କରିଥିବା ଏହି ଶ୍ମଶାନବନ୍ଧୁମାନେ ସାଇତି ରଖିଥିବା ୩୦ ଅପରିଚିତଙ୍କ ଅସ୍ଥି କଳସଗୁଡ଼ିକୁ ପୁଣି ସୁଦୂର ପ୍ରୟାଗରାଜସ୍ଥିତ ତ୍ରିବେଣୀ ସଙ୍ଗମରେ ବିସର୍ଜନ କରିବା ଭଳି ନିଷ୍ପତ୍ତି ନେଇଛନ୍ତି। ଯାହା ମାନବିକତାର ଏକ ବିରଳ ଉଦାହରଣ ବୋଲି କହିଛନ୍ତି ଶ୍ରୀ କୁସୁମ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us