ରେଡକ୍ରସ ତରଫରୁ ଚାଷୀଙ୍କୁ ମାଗଣାରେ ବିହନ ବଣ୍ଟନ

Advertisment
ରେଡକ୍ରସ ତରଫରୁ ଚାଷୀଙ୍କୁ ମାଗଣାରେ ବିହନ ବଣ୍ଟନ

ଲକ୍ଷ୍ମୀପୁର: ଭାରତୀୟ ଯୁବ ରେଡକ୍ରସ ଓଡିଶା ଶାଖା ଭୁବନେଶ୍ୱର ସହଯୋଗରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟର ରେଡକ୍ରସ ଶାଖା ତରଫରୁ ଲକ୍ଷ୍ମୀପୁର ବ୍ଲକର ୨୫୦ ଜଣ ଚାଷୀଙ୍କୁ ମାଗଣାରେ ବିହନ ବଣ୍ଟନ କରାଯାଇଛି। ମିନାପାଇ, କାର୍ଲି ଓ ରାଉଳିପଦର ଗାଁର ଚାଷୀମାନଙ୍କର ଉନ୍ନତି ସକାଶେ ଗତ ଦୁଇ ବର୍ଷ ହେଲା ବିହନ ବଣ୍ଟନ କାର୍ଯ୍ୟ ହାତକୁ ନିଆଯାଇଛ। ଉକ୍ତ ତିନଟି ଗାଁକୁ ରେଡକ୍ରସ ଶାଖା ତରଫରୁ ପୋଷ୍ୟଗ୍ରାମ ରୂପେ ଗ୍ରହଣ କରାଯାଇଥିବା ବେଳେ ଉଭୟ ଖରିଫ ଓ ରବି ଚାଷ ପାଇଁ ବିହନ ପ୍ରଦାନ କରାଯାଇଛି।

ରେଡକ୍ରସ ତରଫରୁ ରବି ଫସଲ ସକାଶେ ମଟର ଓ ସୁର୍ଯ୍ୟମୁଖୀ ବିହନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧକ୍ଷ ବିରେନ୍‌ କୁମାର ଶତପଥୀ, ଅଧ୍ୟାପକ ଗିରିଜା ଚୌଧୁରୀ, ରେଡକ୍ରସ ରାଜ୍ୟ ଶାଖାର କାର୍ଯ୍ୟକ୍ରମ ଅଧିକାରୀ ଲିଲାପୁଣ୍ୟ ସ୍ୱାଇଁ, ସ୍ୱେଚ୍ଛୋସେବୀ ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗଦେଇ ଚାଷୀଙ୍କୁ ବିହନ ବଣ୍ଟିିବା ସହ ଚାଷ ସଂର୍ପର୍କିତ ସମ୍ୟକ ସୂଚନା ପ୍ରଦାନ କରିଥିଲେ।

ମହାବିଦ୍ୟାଳୟର ଯୁବ ରେଡ୍‌କ୍ରସ କାଉନସିଲର ଡ.ପ୍ରକାଶ କୁମାର ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ୱେଚ୍ଛାସେବୀ ତିଳୋତ୍ତମା ପାଲ, ମନୀଷା ନାୟକ, ସଂସାଳି ମିଣିଆକା, ପୁରେନ୍ଦର ହିକକା, ଟୁକୁନା ମିଣିଆକା ରତି ମିଣିଆକା, ଗଣେଷ ମିଣିଆକା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe