ଏଥର ଜମିବ ସେଲ୍‌ଫି: ଭୁବନେଶ୍ବର-କଟକ ପରେ ବାରିପଦାରେ ଉଦ୍‌ଘାଟିତ ହେଲା ‘ଆଇ ଲଭ ବାରିପଦା’ ସେଲ୍‌ଫି କର୍ଣ୍ଣର

ଯୁବପିଢ଼ିଙ୍କ ପାଇଁ ପ୍ରମୁଖ ଆକର୍ଷଣ, କରୋନା ସମୟରେ ଆଣିଦେଲା ଖୁସି

ଏଥର ଜମିବ ସେଲ୍‌ଫି: ଭୁବନେଶ୍ବର-କଟକ ପରେ ବାରିପଦାରେ ଉଦ୍‌ଘାଟିତ ହେଲା ‘ଆଇ ଲଭ ବାରିପଦା’ ସେଲ୍‌ଫି କର୍ଣ୍ଣର

ବାରିପଦା: ଏଥର ଜମିବ ସେଲ୍‌ଫି। କଳା ସଂସ୍କୃତିର ସହର ବାରିପଦାରେ ଯୁବପିଢ଼ି ତଥା ସବୁ ବର୍ଗର ଜନସାଧାରଣଙ୍କ ପାଇଁ କରୋନା ମହାମାରୀ ସମୟରେ ଖୁସି ଖବର ଆଣିଦେଇଛି ବାରିପଦା ପୌର ପ୍ରଶାସନ। ଭୁବନେଶ୍ବର, କଟକ ପରେ ସ୍ଥାନୀୟ ଭଞ୍ଜପୁରସ୍ଥିତ ବିଜୁ ପଟ୍ଟନାୟକ ପାର୍କଠାରେ ଆଜି ଉଦ୍‌ଘାଟିତ ହୋଇଯାଇଛି ‘ଆଇ ଲଭ ବାରିପଦା’ ସେଲ୍‌ଫି କର୍ଣ୍ଣର। ଏହାକୁ ନେଇ ବାରିପଦା ସହରରେ ଉତ୍ସାହର ବାତାବରଣ ଦେଖାଦେଇଛି।

ବାରିପଦା ପୌରପାଳିକା ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏହି ସେଲ୍‌ଫି କର୍ଣ୍ଣରକୁ ଉଦ୍‌ଘାଟନ କରିଥିଲେ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ମିତ୍ ପି. ପରମାର୍, ବାରିପଦା ଉପଜିଲ୍ଲାପଳ ତଥା ପୌର ନିର୍ବାହୀ ଅଧିକାରୀ ପି. ଅନ୍ୱେଷା ରେଡ୍ଡି ଏହି ଅବସରରେ ଉପସ୍ଥିତ ଥିଲେ। ଐତିହ ସମ୍ପନ୍ନ ମୟୂରଭଞ୍ଜ ଜିଲ୍ଲାର କଳା, ସଂସ୍କୃତି ଏବଂ କିର୍ତୀରାଜି ସମ୍ଭାର ତଥା ଭାତୃତ୍ବଭାବର ପ୍ରସାର ନିମନ୍ତେ ବାରିପଦା ପୌରପାଳିକା ପକ୍ଷରୁ ୟୁଡବ୍ଲ୍ୟୁଇଆଇ ପ୍ରକଳ୍ପ ଯୋଜନାରେ ଏହା ଉଦ୍‌ଘାଟିତ ହୋଇଯାଇଛି। ଏହି ଯୋଜନାରେ ବାରିପଦା ପୌରପାଳିକାର ବିଭିନ୍ନ ପ୍ରାଚୀର, ରାସ୍ତା ପାର୍ଶ୍ବସ୍ଥ ସୌନ୍ଦର୍ଯ୍ୟକରଣ କରାଯାଉଛି। ଏହି ଯୋଜନାରେ ପ୍ରାୟ ୫ ଲକ୍ଷ ୪୯ ହଜାର ୫୦୦ଟଙ୍କା ବ୍ୟୟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

publive-image

‘ଆଇ ଲଭ୍ ବାରିପଦା’ ସେଲ୍‌ଫି କର୍ଣ୍ଣରକୁ ନେଇ ବାରିପଦାବାସୀଙ୍କ ମନରେ ଜୋସ୍ ଭରିଯାଇଛି। ଉଦ୍‌ଘାଟନୀ ସନ୍ଧ୍ୟାରେ ବହୁସଂଖ୍ୟାରେ ଯୁବଗୋଷ୍ଠୀ ଏଠାରେ ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଥିଲା। ଦୀପାବଳି ପୂର୍ବରୁ ବାରିପଦାବାସୀଙ୍କୁ ଏହା ଏକପ୍ରକାର ଭେଟି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପାର୍କରେ ଏପରି ସେଲ୍‌ଫି କର୍ଣ୍ଣର ଏକ ସମୟୋପଯୋଗୀ ପଦକ୍ଷେପ ବୋଲି ଯୁବଗୋଷ୍ଠୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି। ସକାଳ ହେଉ କି ସଞ୍ଜ ସବୁବେଳେ ଏଠାରେ ସେଲ୍‌ଫି ନେବାକୁ ଭିଡ଼ ଜମିବ ବୋଲି ଜଣାପଡ଼ିଛି। ଗତକାଲିଠାରୁ ଏହି ସେଲ୍‌ଫି କର୍ଣ୍ଣର ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଥିବା ପରିଲକ୍ଷିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe