ଜମି ସହ କୁମ୍ଭାରଶାଳ ଦାବି କଲେ କୁମ୍ଭାରପୁଟର ମହିଳା ଓ ଏସଏଚଜି

Advertisment
ଜମି ସହ କୁମ୍ଭାରଶାଳ ଦାବି କଲେ କୁମ୍ଭାରପୁଟର ମହିଳା ଓ ଏସଏଚଜି

ଜୟପୁର: ଆମ ପରିବାର ଏବଂ ବଂଶାନୁକ୍ରମିକ କରି ଆସୁଥିବା କୌଳିକ ବୃତ୍ତିକୁ ବଂଚାଇବା ପାଇଁ ଆମକୁ ଜମି ଓ କୁମ୍ଭାରଶାଳ ଦିଅନ୍ତୁ ବୋଲି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆର ଦାବିପତ୍ର ଦେଇଛନ୍ତି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କୁମ୍ଭାରପୁଟ ଗାଁର ମହିଳା ଓ ଜୟଶ୍ରୀରାମ ଏସଏଚଜି ଗୃପର କର୍ମକର୍ତ୍ତା ଓ ଗ୍ରାମବାସୀ। ପ୍ରଶାସନ ପକ୍ଷରୁ ଏମାନଙ୍କ ପାଇଁ ୩ ଏକର ଜମି, ମହିଳାମାନଙ୍କୁ ମାଟିର ସାମଗ୍ରୀ ନିର୍ମାଣ ପାଇଁ ଯନ୍ତ୍ର କୁମ୍ଭଚକ ଦେବା ସହ ଗାଁରେ ଦେଶୀ ମଦ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି। ଜୟପୁର ବ୍ଲକର କୁମ୍ଭାରପୁଟ ଗାଁରେ ୪୦୦କୁମ୍ଭାର ପରିବାର ରହିଛନ୍ତି। ତେବେ ଏମାନେ ମାଟି ପାଇଁ ଜମି ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ଜେଜେବାପା ଅମଳରେ ତହସିଲ ପକ୍ଷରୁ ମାଟି ବାହାର କରିବା ପାଇଁ ଜମି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଜମିକୁ କିଛି ଲୋକେ ଜବରଦଖଲ କରି ଚାଷ କରୁଥିବାରୁ ସଂପ୍ରତି ଏମାନଙ୍କୁ ମାଟି ସଂଗ୍ରହ କରିବା ପାଇଁ ଆଉ ଜମି ନାହିଁ ବୋଲି କହିଛନ୍ତି ଜୟଶ୍ରୀରାମ ଏସଏଚଜି ଗୃପର ଗୌରୀ ନାୟକ, ଲିଲା କୁମ୍ଭାର, ବୈଦି କୁମ୍ଭାର(୧ଓ୨) ଟୁନି କୁମ୍ଭାର, ରାଧିକା କୁମ୍ଭାର, ରଇଲୁ କୁମ୍ଭାର, ବୈଦି କୁମ୍ଭାର, ରଘୁନାଥ କୁମ୍ଭାର , ଇଶ୍ବର କୁମ୍ଭାର, ବିଜୟ କୁମ୍ଭାର, ଡମ୍ବରୁ କୁମ୍ଭାର, ଗୋବିନ୍ଦ କୁମ୍ଭାର। ପୁରୁଷ ମାନେ ହାଣ୍ଡି ତିଆରି କରୁଥିବା ବେଳେ ମହିଳା ଓ ପରିବାରର ଅନ୍ୟ ସଦସ୍ୟ ମିଳିତ ଭାବେ ମାଟିସଂଗ୍ରହ କରିବା, ଛୋଟ ବଡ ଦୀପ, ରୁକା, ଝୁଣାଧାନି ଆଦି ବିଭିନ୍ନ ମାଟି ତିଆରି ଜିନିଷ ତିଆରି କରୁଛନ୍ତି। ପ୍ରତ୍ୟେକ ମଙ୍ଗଳବାର ଦିନ ଜୟପୁର ଦୈନିକ ବଜାରକୁ ଆଣି ବିକ୍ରୀ କରିଥାନ୍ତି।

ଏହା ସହ ଏମାନେ ଦୈନିକ ବଜାର ସମେତ ଜଗତଜନନୀ, ମା’ଭଗବତୀ, ମା’ଦକ୍ଷିଣକାଳୀ, ମା’ଝାଙ୍କରଦେଇ ମନ୍ଦିର ସହ ବିଭିନ୍ନ ପୂଜାସାମଗ୍ରୀ ବିକ୍ରି କରୁଥିବା ଦୋକାନକୁ ଦୀପ, ଝୁଣାଧାନୀ ଆଦି ଯୋଗାଉଥିବା କହିଛନ୍ତି। ପୁରୁଷମାନେ କମ୍ ସମୟ କାମ କରିବା ସହ ଅଧିକା ସମୟ ମଦଭାଟିରେ ବିତାଉଥିବାରୁ ସେମାନେ ବହୁ ଚିନ୍ତିତ ବୋଲି କହିଛନ୍ତି। ଗୋଟିଏ ପଟେ ମାଟି ମିଳୁନଥିବା ସେମାନଙ୍କ ପାଇଁ ବଡ଼ ଚିନ୍ତାର କାରଣ ବୋଲି କହିଛନ୍ତି। ଗାଁରେ ମଦ ବନ୍ଦ କରାଇବାକୁ ବାରମ୍ବାର ଦାବି କରି ଜନପ୍ରତିନିଧି , ଅବକାରୀ ଓ ପୁଲିସ ବିଭାଗକୁ ଅନୁରୋଧ କରିବା ପରେ ବି କିଛି ପଦକ୍ଷେପ ହୋଇ ପାରିନି।

ଅପରପକ୍ଷରେ ମଦ ବ୍ୟବସାୟୀ ମାନେ ମହିଳା ମାନଙ୍କୁ ଧମକ ଚମକ ଦେଉଥିବା ଏମାନେ ଅଭିଯୋଗ କରିଛନ୍ତି। ଗାଁରେ ମହିଳା ମାନଙ୍କ ଠାରୁ ମାଟି ତିଆରି ଦୀପ ଓ ଅନ୍ୟ ସାମଗ୍ରୀ କିଣି ସହରରେ ଆଣି ବିକ୍ରୀ କରି ଦଳ ଲାଭ କରୁଥିବା କହିଛନ୍ତି ଦଳର କର୍ମକର୍ତ୍ତା। ପ୍ରଶାସନ ପକ୍ଷରୁ କିଭଳି ଏହି ଗାଁର ମହିଳା ମାନେ ନିଜର କୌଳିକ ବୃତ୍ତିକୁ ନେଇ ନୂଆ ପଦ୍ଧତିରେ ତିଆରି କରି ଆହୁରି ଅଧିକ ଆର୍ଥିକ ସଶକ୍ତ ହୋଇପାରିବେ ସେ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଏମାନେ ନିବେଦନ କରିଛନ୍ତି। ଏଥି ପାଇଁ ୩ଏକର ଜମି ସହ କୁମ୍ଭାରଶାଳ ଦେବାକୁ ଅନୁରୋଧ କରିବା ସହ ମଦମୁକ୍ତ ଗାଁରେ ପରିଣତ କରିବାକୁ ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଏମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe