ଭୁବନେଶ୍ବର: ଟଙ୍କା ବଂଟା ଅଭିଯୋଗକୁ ନେଇ ବାଲେଶ୍ୱର ଜିଲ୍ଲା ରେମୁଣାରେ ଶୁକ୍ରବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଯାଇଛି। ରେମୁଣା ମିସନ ଶକ୍ତି ଭବନ ପରିସରରେ କିଛି ଏସଏଚଜି ମହିଳା ଟଙ୍କା ବାଂଟୁଥିବା ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଂଚିବା ପରେ ଉତ୍ତେଜନା ଦେଖା ଦେଇଛି । ଭୋଟ୍ ରାଜନୀତିକୁ ପ୍ରଭାବିତ କରିବା ପାଇଁ ଏସଏଚଜି ମହିଳାମାନେ ଟଙ୍କା ବାଂଟୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚିବା ପରେ ସଂପୃକ୍ତ ମହିଳାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ସେପଟେ ଘଟଣାସ୍ଥଳରେ ପୁଲିସ ପହଂଚି କିଛି ଧଳା ଲଫାଫା ଜବତ କରିଛି । ପ୍ରତି ଧଳା ଲଫାଫାରେ ୫୦୦ ଟଙ୍କିଆ ନୋଟ୍ ରହିଥିଲା । ସେହି ଲଫାଫାରୁ ଟଙ୍କା ବାହାର କରି ଗଣତି କରୁଛି ରେମୁଣା ପୁଲିସ।
ବାଲେଶ୍ୱର ରେମୁଣାରେ ମିଶନ ଶକ୍ତି ଗୃହରେ ଟଙ୍କା ବଣ୍ଟା ଘଟଣାକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ନିଜକୁ ୧ ନମ୍ବର ଦାବି କରୁଥିବା ବେଳେ ନିର୍ବାଚନୀ ଫାଇଦା ପାଇଁ ଟଙ୍କା ବାଣ୍ଟିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।
Follow Us