ଉପକାରାଗାରରେ ଅନ୍ତେବାସୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ କାଉଣ୍ଟର ଖୋଲିଲା

Advertisment
ଉପକାରାଗାରରେ ଅନ୍ତେବାସୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ କାଉଣ୍ଟର ଖୋଲିଲା

ଜୟପୁର: ଜୟପୁର ଉପଖଣ୍ଡ କାରାଗାର ମଧ୍ୟରେ ଥିବା ଅନ୍ତେବାସୀଙ୍କ ମାନସିକ ସନ୍ତୁଳନ ଠିକ ରଖିବା ଏବଂ ସଂସ୍କାରମୂଳକ ପଦକ୍ଷେପ  ନିଆଯାଇଛି। ଏମାନେ  ବିଚାରବିଭାଗୀୟ ହାଜତରୁ ବାହାରିବା ପରେ ନିଜେ ରୋଜଗାରକ୍ଷମ ହୋଇ ଆତ୍ମନିର୍ଭରଶୀଳ ହେବା ପାଇଁ କାରଗାର ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।

publive-image

ଜେଲ ଡିଜିପି ସନ୍ତୋଷ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜେଲ ମଧ୍ୟରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ସାମଗ୍ରୀକୁ ସର୍ବସାଧାରଣଙ୍କ ବିକ୍ରି ନିମନ୍ତେ ଆଜି ଏକ କାଉଣ୍ଟର ଜେଲ ସମ୍ମୁଖରେ ଖୋଲାଯାଇଛି। ଜେଲ ସୁପରିଟେଣ୍ତେଣ୍ଟ ଲଲାଟେନ୍ଦୁ ଭୁଷଣ ଦାସଙ୍କ ନେତୃତ୍ବରେ ଜେଲର ପୁରୁଷ ଅନ୍ତେବାସୀ ମାନେ ହଳଦି ଗୁଣ୍ତ, ଅଟା, ବେସନ ଓ ମହିଳା ଅନ୍ତେବାସୀମାନେ ଝାଡୁ ପ୍ରସ୍ତୁତ କରିଛନ୍ତି।

ଜେଲ ପରିସରରେ ଏଭଳି କାର୍ଯ୍ୟକ୍ରମ କରାଯିବା ପରେ ଅନ୍ତେବାସୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe