ପୋଷାକ ଦୋକାନ ସିଲ୍‌, ଲକ୍ଷେ ଟଙ୍କା ଜରିମାନା

Advertisment
ପୋଷାକ ଦୋକାନ ସିଲ୍‌, ଲକ୍ଷେ ଟଙ୍କା ଜରିମାନା

ଆନନ୍ଦପୁର: ବାହାରେ ସଟର୍‌ ପଡ଼ିଥିଲା। ଭିତରେ ରଜ ଓ ସାବିତ୍ରୀପାଇଁ ବେପାର ଚାଲିଥିଲା। ଖବର ପାଇ ପୁଲିସ ଓ ପ୍ରାଶାସନିକ ଅଧିକାରୀ ପହଞ୍ଚି ଦୋକାନ ସିଲ୍‌ କରିବା ସହ ଲକ୍ଷେ ଟଙ୍କା ଜରିମାନା କରିଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରେ।

ପ୍ରାପ୍ତ ସୂଚନା ଅନୁସାରେ, ଘସିପୁରାରେ ଖୋଲିଥିବା ରାଜମନ୍ଦିର ଫେସନ ନାମକ ଏକ ପୋଷାକ ସୋରୁମ୍‌ର ସଟର୍‌ ବନ୍ଦ ଥିବାବେଳେ ଭିତରେ ଦୁଇଶହରୁ ଊର୍ଦ୍ଧ୍ବ ଲୋକ ପଶି କିଣାକିଣି କରୁଥିବା ପୁଲିସ ଖବର ପାଇଥିଲା। ପୁଲିସ ଓ ପ୍ରଶାସନ ପକ୍ଷରୁ ଦିନ ୧୧ଟାବେଳେ ଦୋକାନରେ ଚଢ଼ଉ କରାଯାଇଥିଲା। ଖବର ପାଇ ଦୋକାନୀ ସଟର୍‌ ଖୋଲି ନଥିଲେ। ଦୀର୍ଘ ସମୟ ଧରି ବାହାରେ ପୁଲିସ୍ ଓ ମାଜିଷ୍ଟ୍ରେଟ୍‌ ଦାୟିତ୍ବରେ ଯାଇଥିବା ପ୍ରାଶାସନିକ ଅଧିକାରୀଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷରେ ଦୋକାନ ଖୋଲିବା ପରେ ଗ୍ରାହକ ଓ ଦୋକାନୀ ବାହାରକୁ ଆସିଥିଲେ। ପ୍ରଶାସନ ପକ୍ଷରୁ ଦୋକାନକୁ ସିଲ୍‌ କରାଯାଇ ଏକଲକ୍ଷ ଟଙ୍କା ଜରିମାନା କରାଯାଇଛି। ଘସିପୁରା ତହସିଲଦାର ବାବୁଲ ପେରେଇ, ଆନନ୍ଦପୁର ପୌରନିର୍ବାହୀ ଅଧିକାରୀ ବିପିନ ପ୍ରଧାନ, ଘସିପୁରା ଥାନା ଅଧିକାରୀ ମନୋରଂଜନ ବିଶି ପ୍ରମୁଖ ଚଢ଼ଉରେ ସାମିଲ ଥିଲେ। ପ୍ରଶାସନର ତାଗିଦ ସତ୍ତ୍ବେ ଦୋକାନୀମାନେ ଅମାନିଆ ହେଉଛନ୍ତି। କରୋନା କଟକଣା ଉଲ୍ଲଂଘନ କରି ବେଆଇନ ଭାବେ କାରବାର କରୁଛନ୍ତି। ଚଢ଼ଉ ଜୋରଦାର କରାଯାଇ ଅମାନିଆ ଦୋକାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe