୧୧ ବର୍ଷ ପରେ ନିଲାମ ହେଲା ଦୋକାନ ଗୃହ, ଭୂତମୁଣ୍ତାଇ ଓ ନୂଆଗଡ଼ରେ ଅବହେଳିତ ‘ପୁରା’ ଯୋଜନା ଗୃହ

Advertisment
୧୧ ବର୍ଷ ପରେ ନିଲାମ ହେଲା ଦୋକାନ ଗୃହ, ଭୂତମୁଣ୍ତାଇ ଓ ନୂଆଗଡ଼ରେ ଅବହେଳିତ ‘ପୁରା’ ଯୋଜନା ଗୃହ

Sambad

କୁଜଙ୍ଗ: ୨୦୧୨ରେ ଗ୍ରାମାଞ୍ଚଳରେ ସହରାଞ୍ଚଳ ସୁବିଧା ଯୋଜନା (ପ୍ରୋଭିଜନ୍‌ ଅଫ୍ ଅର୍ବାନ ଆମେନିଟିଜ୍‌ ଇନ୍‌ ରୁରାଲ୍‌ ଏରିଆ)ରେ ନୂଆଗଡ଼ ଓ ଭୂତମୁଣ୍ତାଇଠାରେ ନିର୍ମିତ ଦୋକାନ ଘର ୧୧ ବର୍ଷ ପରେ ନିଲାମ କରାଯାଇଛି। ନୂଆଗଡରେ ନିର୍ମିତ ଛଅ ବଖରା ଦୋକାନ ଘର ପାଇଁ ମାତ୍ର ଦୁଇଜଣ ଆବେଦନ କରିଥିଲେ। ସେମାନଙ୍କୁ ଦୁଇବଖରା ଦୋକାନ ଘର ପ୍ରଦାନ କରାଯାଇଥିବାବେଳେ ଅବଶିଷ୍ଟ ଚାରି ବଖରା ପୁଣି ନିଲାମ ଜରିଆରେ ବଂଟନ କରାଯିବ ବୋଲି ସୂଚନା ଦିଆଯାଇଛି। ତେବେ ଭୂତମୁଣ୍ତାଇ ଠାରେ ମୋଟ ୪୦ ବଖରା ଘର ମଧ୍ୟରୁ ପଂଚାୟତ ୭ ବଖରା ନିଜସ୍ବ ବ୍ୟୟରେ କରିଥିବାରୁ ତାହାକୁ ପଂଚାୟତ ଜରିଆରେ ନିଲାମ କରିବାକୁ ଛାଡି ଦିଆଯାଇଥିଲା। ବାକି ୩୩ ବଖରା ଘର ମଧ୍ୟରୁ ଛଅଟି ଘର ମିସନ ଶକ୍ତି ପାଇଁ ସରଂକ୍ଷଣ କରାଯାଇଛି।

ସେଥିରୁ ତିନୋଟି ସ୍ଥାନୀୟ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ପାଇଁ, ଅବଶିଷ୍ଟ ତିନୋଟି ବ୍ଳକର ସ୍ବୟଂ ସହାୟିକା ମହିଳାମାନଙ୍କ ପାଇଁ ରଖାଯାଇଥିଲା। ଆସନ୍ତା ମଙ୍ଗଳବାର ୨୧ ତାରିଖରେ ମିସନ ଶକ୍ତି ପକ୍ଷରୁ ନିଲାମ କରାଯାଇ ବ୍ଳକ କର୍ତୃପକ୍ଷଙ୍କୁ ସୂଚନା ପ୍ରଦାନ କରିବେ ବୋଲି କୁହାଯାଇଥିଲା। ବାକି ୨୭ଟି ଘର ମଧ୍ୟରୁ ବିଧାୟକଙ୍କ ଉପସ୍ଥିତିରେ ଗୃହୀତ ନିଷ୍ପତ୍ତି ଆଧାରରେ ୧୦ଟି ଘରକୁ ଭୂତମୁଣ୍ତାଇ ପଂଚାୟତ ପାଇଁ ସଂରକ୍ଷିତ କରାଯାଇଥିଲା। ପଂଚାୟତରୁ ୧୩ ଜଣ ଆବେଦନ କରିଥିବାରୁ ସେମାନଙ୍କ ମଧ୍ୟରେ ଲଟେରି କରାଯାଇଥିଲା। ବଳକା ତିନି ଜଣଙ୍କୁ ସାଧାରଣ ବର୍ଗରେ ସାମିଲ କରାଯାଇ ନିଲାମ କରାଯାଇଥିବା ଜଣାପଡିଛି। ଲଟେରି କାର୍ଯ୍ୟକ୍ରମରେ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ପଂଚାୟତ ସମିତି ଅଧ୍ୟକ୍ଷା ନୀନାରାଣୀ ସାହୁ, ଜିପିଇଓ ଅର୍ଜୁନ ରାଉଳ, ଅତିରିକ୍ତ ବିଡିଓ ଜ୍ଞାନଦା ନାୟକ ପ୍ରମୁଖ ଲଟେରି ଉଠାଣରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe