ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଘୁମୁସର ଉଦୟଗିରିରେ ବୁଲିଲା ଶ୍ରୀଜଗନ୍ନାଥ ଅର୍ପଣ ରଥ

ଜାନୁଆରି ୧୩ ଯାଏଁ ବୁଲିବ ରଥ, ମୁଠେ ଚାଉଳ, ଗୋଟିଏ ଗୁଆ ସଂଗୃହୀତ

ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଘୁମୁସର ଉଦୟଗିରିରେ ବୁଲିଲା ଶ୍ରୀଜଗନ୍ନାଥ ଅର୍ପଣ ରଥ
ଘୁ.ଉଦୟଗିରି: ଚଳିତ ଜାନୁଆରି ୧୭ ତାରିଖ ଦିନ ଶ୍ରୀକ୍ଷେତ୍ର ପୁରୀରେ ହେବାକୁ ଥିଵା ‘ପରିକ୍ରମା ପ୍ରକଳ୍ପ’କୁ ଅଧିକ ଭବ୍ୟପୂର୍ଣ୍ଣ କରିବା ପାଇଁ ରାଜ୍ୟବ୍ୟାପି ଜୋରଦାର ଉଦ୍ୟମ କରାଯାଇଛି। ଏହି କ୍ରମରେ ଆଜି କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ତରଫରୁ ଶ୍ରୀଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ ହୋଇଛି। ଏହି ରଥ ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ପରିଷଦର ୧୩ଗୋଟି ୱାର୍ଡର ସମସ୍ତ ସାହି ଓ ଗଳି-କନ୍ଦି ପରିକ୍ରମା କରି ‘ମୁଠେ ଚାଉଳ ଓ ଗୋଟିଏ ଗୁଆ’ ସଂଗ୍ରହ କରି ଶ୍ରୀକ୍ଷେତ୍ର ପୁରୀ ମନ୍ଦିର ଉଦେଶ୍ୟରେ ପଠାଯିବ ।
ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଉକ୍ତ ଅର୍ପଣ ରଥକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ଏନଏସି ଅଧ୍ୟକ୍ଷା ଦେବସ୍ମିତା ଶତପଥୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ସମସ୍ତ କାଉନସିଲର, ମୁକ୍ତା ଯୋଜନା ସଂଯୋଜକ ପ୍ରଭାତ ରଞ୍ଜନ ସାହୁ, ମୁକେଶ ରଞ୍ଜନ ନାୟକ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସାହୁ, ଗଣେଶ ଜେନା, ଏନଏସି କର୍ମଚାରୀ, ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ସ୍ୱାଇଁଙ୍କ ସହ ନଦିଆ କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଅର୍ପଣ ରଥକୁ ନୀତି କାନ୍ତି ଅନୁସାରେ  ଧୂପମନ୍ତ୍ର ଉଚ୍ଚାରଣ ପୂର୍ବକ ପୂଜା ଅର୍ଚ୍ଚନା କରି ପ୍ରଥମେ ଜଗନ୍ନାଥ ମନ୍ଦିର ତାପରେ ୱାର୍ଡ ନମ୍ବର-୧ ପଦାସାହି, ମହାଗୁଡ଼ା ସାହି, ବରାଳିନୀ ସାହି  ଅଭିମୁଖେ ବାହାରି ଥିଲା। ସେଠାରେ ଅର୍ପଣ ରଥକୁ ଗ୍ରାମବାସୀ ଭାବପୂର୍ଣ୍ଣ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। ପ୍ରତ୍ୟେକ ଘରୁ "ମୁଠେ ଚାଉଳ ଗୋଟିଏ ଗୁଆ" ଆଜି ପ୍ରଥମ ଦିନରେ ଅନୁକୂଳ ସଂଗ୍ରହ କରାଯାଇଥିଲା। ଏହିଭଳି ୧୩ ତାରିଖ ପର୍ଯ୍ୟନ୍ତ ସମସ୍ତ ୱାର୍ଡର ସାହି ମାନଙ୍କରେ "ମୁଠେ ଚାଉଳ ଗୋଟିଏ ଗୁଆ" ଅର୍ପଣ ରଥ ଦ୍ୱାରା ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe