ଉଚ୍ଛେଦରୁ ସଂଗୃହୀତ ଜମି ଶ୍ରୀମନ୍ଦିର ମାଲିକାନାରେ ରହିବ, ହୁଣ୍ଡିରୁ ସଂଗୃହୀତ ଟଙ୍କା ସରକାରୀ ବ୍ୟାଙ୍କରେ ଜମାହେବ

Advertisment
ଉଚ୍ଛେଦରୁ ସଂଗୃହୀତ ଜମି ଶ୍ରୀମନ୍ଦିର ମାଲିକାନାରେ ରହିବ, ହୁଣ୍ଡିରୁ ସଂଗୃହୀତ ଟଙ୍କା ସରକାରୀ ବ୍ୟାଙ୍କରେ ଜମାହେବ

TripSavvy

ପୁରୀ: ଆଜି ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ସୂଚନା ଦେଇ କହିଛନ୍ତି, ଶ୍ରୀମନ୍ଦିର ଚାରିପଟୁ ୭୫ମିଟର ଉଚ୍ଛେଦ ପରେ ରାଜ୍ୟ ସରକାର ଅଧିଗ୍ରହଣ ହୋଇଥିବା ଜମିକୁ ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି। ଏଥିସହିତ ଉଚ୍ଛେଦ ଜମିର ମାଲିକାନା ଏବେ ଶ୍ରୀମନ୍ଦିର ହାତରେ ରହିବ।

ସେହିପରି ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରଖିବା ପ୍ରସଙ୍ଗକୁ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ହୁଣ୍ଡିରୁ ସଂଗୃହୀତ ଟଙ୍କା ସରକାରୀ ବ୍ୟାଙ୍କରେ ରଖାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଏଥିସହ ଶ୍ରୀମନ୍ଦିର କର୍ପସ୍ ଫଣ୍ଡ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଜମା ହେବ ବୋଲି ନିଷ୍ପତ୍ତି ହୋଇଛି।

ଏଥିସହିତ ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଗଜପତି ମହାରାଜ ଲିଖିତ ଭାବେ ଇସ୍କନ୍‌ର ମୁଖ୍ୟଙ୍କୁ ଜଣାଇବେ। ଆଗାମୀ ଏପ୍ରିଲ ମାସରେ ଅନୁଷ୍ଟିତ ହେବାକୁ ଥିବା ବୈଠକରେ ଏହାକୁ ନେଇ ମଧ୍ୟ ଆଲୋଚନା କରାଯିବ।

ଏତଦ୍‌ ବ୍ୟତୀତ ଗଜପତି ମହାରାଜ ଦସ୍ତଖତରେ ଏଣକି ଶ୍ରୀମନ୍ଦିରର ସମସ୍ତ ପର୍ବପର୍ବାଣିର ଚିଠା ବିଧାନସଭାକୁ ଅନୁମୋଦନ ପାଇଁ ପଠାଯିବ। ଏହି ବୈଠକ ବୁଧବାର ମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe