the financial express
ପୁରୀ: ଶ୍ରୀମନ୍ଦିରରେ ଆଜି ରବିବାର ହେତୁ ଭକ୍ତଙ୍କ ଅହେତୁକ ଭିଡ଼ ରହିଥିଲା ।ସିଂହଦ୍ୱାର ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା। ଏ ଭିତରେ ଆଜି ସକାଳ ଧୂପ ପରେ ଶ୍ରୀମନ୍ଦିର ଭିତର ବେଢାରେ ଭକ୍ତଙ୍କ ଠେଲାପେଲାକୁ ନେଇ କିଛି ଭକ୍ତ ପଡ଼ିଯିବାରୁ ଜଣେ ମହିଳା ଆହତ ହୋଇ ପୁରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେପଟେ ଏତେ ଭିଡ଼ ରହିଥିବା ବେଳେ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ କି ପୁଲିସ ବ୍ୟବସ୍ଥା କଡାକଡି ରହିଛି।
ତେବେ ଦୀର୍ଘ ସମୟ ଧରି ବ୍ୟାରିକେଡରେ ଲାଇନରେ ରହି ବେଶ କଷ୍ଟ ପାଇଛନ୍ତି ଭକ୍ତ। ତିନୋଟି ସେଡରେ ମହିଳା, ପୁରୁଷ ଓ ବରିଷ୍ଠ ନାଗରିକ ଗୋଟିଏ ଲାଇନରେ ରହି ଦର୍ଶନ ପାଇଁ ଭିଡରେ ଯାଉଥିଲେ। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକୁ ନେଇ ବା ଏହି ସମୟରେ ଦର୍ଶନ ବନ୍ଦ ବୋଲି ଘୋଷଣା ହେଉନାହିଁ। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ।
Follow Us