ଭଦ୍ରକ ଶ୍ରୀରାମ ନବମୀ: ନଗର କୀର୍ତ୍ତନରେ ସାମିଲ ହେଲେ ଲକ୍ଷାଧିକ ଭକ୍ତ

Advertisment
ଭଦ୍ରକ ଶ୍ରୀରାମ ନବମୀ: ନଗର କୀର୍ତ୍ତନରେ ସାମିଲ ହେଲେ ଲକ୍ଷାଧିକ ଭକ୍ତ

ଭଦ୍ରକ: ଶ୍ରୀରାମ ନବମୀ ଉପଲକ୍ଷେ ଭଦ୍ରକ ସହର ଶନିବାର ଚଳଚଞ୍ଚଳ ହୋଇଉଠିଛି। ଆୟୋଜିତ ନଗର କୀର୍ତ୍ତନରେ ଶନିବାର ଲକ୍ଷାଧିକ ଭକ୍ତ ସାମିଲ ହୋଇଛନ୍ତି। ଉଦ୍‌ଯାପନୀ ଅବସରରେ ଏହି ଶେଭାଯାତ୍ରା ବାହାରିଥିଲା। ଶ୍ରୀରାମ ମହାଯଞ୍ଜ ସମିତି ପକ୍ଷରୁ ଆୟୋଜିତ ସ୍ଥାନୀୟ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ମହୋତ୍ସବରେ ଭକ୍ତମାନେ ଶ୍ରଦ୍ଧାର ସହିତ ଶୋଭାଯାତ୍ରାରେ ଯୋଗଦେଇଥିଲେ। ନଗର କୀର୍ତ୍ତନ ଆଜି ରାତି ୧୨ଟା ଯାଏଁ ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

publive-image

ମହୋତ୍ସବକୁ ବ୍ୟାପକ କରିବା ପାଇଁ ଶୋଭାଯାତ୍ରା ନେହେରୁ ଷ୍ଟାଡିୟମରୁ ବାହାରି ବନ୍ତ ଛକ, କଚେରୀ ଛକ, ନୂଆବଜାର, କୁଆଁସ, କଦମ୍ବବେଡା, ଚନ୍ଦନ ବଜାର, ପୁରୁଣା ବଜାର, ସନ୍ଥିଆ, ମହିଳା କଲେଜ ରେଡ ଅତିକ୍ରମ କରିଥିଲା।

publive-image

ସହରରେ ଶାନ୍ତିଶୃଙ୍ଖଳା ପ୍ରତିଷ୍ଠା ପାଇଁ ବ୍ୟାପକ ପୁଲିସର ବ୍ୟବସ୍ଥା କରାଯାଇଥିଲା। ପୁରା ସହରକୁ ପୁଲିସ ନଜର ରଖିଥିଲା। ରାଜ୍ୟ ପୁଲିସ, ବିଏସ୍‌ଏଫ, ବଜ୍ର ଆଦି ୪୦ ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିଲା। ଏଥିରେ ୧୦୦ ଜଣ ଅଧିକାରୀ ସାମିଲ ଥିଲେ। ସହରରେ ଚଳିତ ଥର ୬୦ଟି ସ୍ଥାନରେ ଭଗବାନ ଶ୍ରୀରାମଙ୍କର ମେଢ଼ ସ୍ଥାପନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe