କାଲିଠାରୁ ୩ ଦିବସୀୟ ରାମଚଣ୍ଡୀ ମହୋତ୍ସବ ଓ ବିଶ୍ଵଶାନ୍ତି ଶ୍ରୀବିଷ୍ଣୁ ମହାଯଜ୍ଞ, ଓଡ଼ାପଡ଼ାରେ ଆୟୋଜନ

Advertisment
କାଲିଠାରୁ ୩ ଦିବସୀୟ ରାମଚଣ୍ଡୀ ମହୋତ୍ସବ ଓ ବିଶ୍ଵଶାନ୍ତି ଶ୍ରୀବିଷ୍ଣୁ ମହାଯଜ୍ଞ, ଓଡ଼ାପଡ଼ାରେ ଆୟୋଜନ

ଓଡ଼ାପଡ଼ା: ଆସନ୍ତାକାଲି (ସୋମବାର) ଠାରୁ ରାମଚଣ୍ଡୀ ମହୋତ୍ସବ ଓ ବିଶ୍ଵଶାନ୍ତି ଶ୍ରୀବିଷ୍ଣୁ ମହାଯଜ୍ଞ ଆରମ୍ଭ ହେବ। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ନାଧରାସ୍ଥିତ ମା’ ରାମଚଣ୍ଡୀ ପିଠରେ ବିଶ୍ବ କଲ୍ୟାଣ ନିମନ୍ତେ ପ୍ରତି ବର୍ଷ ପରି ଚଳିତ ବର୍ଷ ଶ୍ରୀ ବିଶ୍ଵଶାନ୍ତି ଶ୍ରୀ ବିଷ୍ଣୁ ମହାଯଜ୍ଞ ଆରମ୍ଭ ହେବ। ଚଳିତ ବର୍ଷ ପଞ୍ଚବିଂଶ ତିମ ବାର୍ଷିକ ରଜତ ଜୟନ୍ତୀ ପାଳିତ ହେବା ସହିତ, ଚତୁର୍ଥ ରାମଚଣ୍ଡୀ ମହୋତ୍ସବ ୨୧ ଅନୁଷ୍ଠିତ ହେବାକୁ ଯାଉଅଛି । ସୋମବାର ଧ୍ୱଜ ଉତ୍ତୋଳନ, କଳସଯାତ୍ରା ସକାଳ ୭,୩୦ମି, ତିର୍ଥାବାହାନ, ମଣ୍ଡନ, ଶୁଭାଧିବାସ ଓ ଘଟ ସ୍ଥାପନ ।

୧୨ ତାରିଖ ମଙ୍ଗଳବାର ବିଶେଷ କାର୍ଯ୍ୟକ୍ରମ ପ୍ରାଦେଶିକ ସନ୍ଥ ସମ୍ମିଳନୀ ଦିବା ୧୨ଘଟିକା, ସୂର୍ଯ୍ୟ ପୂଜା, ଗୋପୂଜା, ବାସ୍ତୁପୂଜା, ଆଦିତ୍ୟ ହୃଦୟ, ଚଣ୍ଡୀ ପାଠ, ଶ୍ରୀ ଶ୍ରୀ ଗୋକନେକଶ୍ରରମହାଦେବଙ୍କ ରୁଦ୍ରାଭିଷେକ ଷୋଡଶେଉପଚାର ପୂଜା ଓ ଯଜ୍ଞାନୁଷ୍ଠାନ । ୧୩ତାରିଖ ବୁଧବାର ସୂର୍ଯ୍ୟ ପୂଜା, ଶ୍ରୀ ସନିମହାଦେବଙ୍କ ରୁଦ୍ରାଭିଷେକ, ବଙ୍ଗଳା ମୂଖୀ, ସିଦ୍ଧବିନାୟକ,ଷୋଡଶେଉପଚାର ପୂଜା ଓ ଯଜ୍ଞାନୁଷ୍ଠାନ । ୧୪ତାରିଖ, ଗୁରୁବାର, ମକର ସଂକ୍ରମଣ ଉତ୍ସବ ଓ ମହାଯଜ୍ଞ ପୂର୍ଣ୍ଣାହୁତି ଦିବା ୩ ଘଟିକା। ଏହାସହ ୧୧ ତାରିଖରୁ୧୪ ତାରିଖ ୩ ଦିନ ବ୍ୟାପୀ ଚତୁର୍ଥ ରାମଚଣ୍ଡୀ ମହୋତ୍ସବ ୨୦୨୧ ଅନୁଷ୍ଠିତ ହେବାକୁ ଥିବା ଆୟୋଜକ ମାନଙ୍କ ଠାରୁ ପ୍ରକାଶ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିଧାୟକ ସାଂସଦ, ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରଶାସନିକ ଅଧିକାରି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଆଖି ଆଗରେ ରଖି ସମସ୍ତ ନିତି ନିୟମକୁ ପାଳନ କରି କାର୍ଯ୍ୟକ୍ରମ କରାଯିବ ବୋଲିି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe