ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଶେଷ ଦିନ ଶାନ୍ତିପୂର୍ଣ୍ଣ

Advertisment

ଘରୁ ବାହାରିଲେନି ଲୋକେ, ୯ହଜାର ଟଙ୍କା ଜରିମାନା ଗଣିଲେ ଅମାନିଆ

ଘରୁ ବାହାରିଲେନି ଲୋକେ, ୯ହଜାର ଟଙ୍କା ଜରିମାନା ଗଣିଲେ ଅମାନିଆ

ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଶେଷ ଦିନ ଶାନ୍ତିପୂର୍ଣ୍ଣ

ବାରିପଦା: ଜିଲ୍ଲାର ସହରାଞ୍ଚଳରେ ଲାଗୁ ହୋଇଥିବା ସପ୍ତାହନ୍ତ ସଟଡାଉନର ଶେଷ ଦିନ ଶାନ୍ତିପୂର୍ଣ୍ଣ ରହିଛି। କାଁ ଭାଁ ଲୋକ ବାହାରକୁ ବାହାରିଥିବା ଦେଖିବାକୁ ମିଳିଥିଲା। ସପ୍ତାହାନ୍ତ ସଟ୍ଡାଉନ ସାଙ୍ଗକୁ ପ୍ରଚଣ୍ଡ ଖରା କାରଣରୁ ଲୋକମାନେ ଘରେ ରହି ରବିବାର ବିତାଇଥିବା ଦେଖିବାକୁ ମିଳିଥିଲା। ତେବେ ଆଜି ୯ହଜାର ଟଙ୍କା ଜରିମାନା ଗଣିଛନ୍ତି ଅମାନିଆ। ଆସନ୍ତାକାଲି ସକାଳ ୫ ପର୍ଯ୍ୟନ୍ତ ସଟ୍ଡାଉନ ଜାରି ରହିବ ବୋଲି ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

ତେବେ ଆଜି ସକାଳ ୫ରୁ ୬ ପର୍ଯ୍ୟନ୍ତ ଏକ ଘଣ୍ଟା ନିମନ୍ତେ ସଟଡାଉନକୁ କୋହଳ କରାଯାଇଥିଲା। ସଟ୍ଡାଉନର ଦ୍ବିତୀୟ ଦିନରେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ବାକି ସମସ୍ତ ପ୍ରକାରର ସେବା ବନ୍ଦ ରହିଥିଲା। ବାରିପଦା ପୌରପରିଷଦର ୧୦ଟି ସ୍ଥାନରେ ଚେକିଂ ପଏଣ୍ଟରେ ପୁଲିସ ଉପସ୍ଥିତ ରହି ଗାଡ଼ି ମୋଟର ଆଦିକୁ ଯାଞ୍ଚ କରୁଥିଲେ। ସେହିପରି ରାସ୍ତାରେ ଚଳପ୍ରଚଳ କରୁଥିବା ଲୋକଙ୍କ ଉପରେ ନଜର ରଖାଯାଇଥିଲା । ବାରିପଦା ସହରରେ ୨୫ ଜଣ ଅଫିସର ଓ ୩ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିବା ପ୍ରକାଶ।

ସେହିପରି ପଶ୍ଚିମବଙ୍ଗ ସୀମାନ୍ତ ଚକଶୁଳିଆପଦା ଓ ହାତୀବାରୀ ପ୍ରବେଶ ପଥରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ଏଥି ସହିତ ସୀମାନ୍ତବର୍ତ୍ତୀ ଥାନା ଅଧୀନରେ ରହିଥିବା ଗଳାପଥ ଉପରେ ସତର୍କ ଦୃଷ୍ଟି ରଖିବାକୁ ସମ୍ପୃକ୍ତ ଥାନା ଅଧିକାରୀମାନଙ୍କୁ ଏସପି ନିର୍ଦ୍ଦେଶ ଦେଇଥିବାର ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe