ସଟ୍‌ଡାଉନ୍‌ର ଦ୍ବିତୀୟ ଦିନ : କେନ୍ଦୁଝର ଶୂନ୍‌ଶାନ୍‌

Advertisment
ସଟ୍‌ଡାଉନ୍‌ର ଦ୍ବିତୀୟ ଦିନ : କେନ୍ଦୁଝର ଶୂନ୍‌ଶାନ୍‌

କେନ୍ଦୁଝର: ସପ୍ତାହନ୍ତ ସଟ୍‌ଡାଉନ୍‌ର ଦ୍ବିତୀୟ ଦିନରେ ଗତକାଲି ଭଳି ଆଜି ମଧ୍ୟ କେନ୍ଦୁଝର ସହର ଶୂନ୍‌ଶାନ୍‌ ରହିଥିଲା। କେବଳ ଔଷଧ ଓ କ୍ଷୀର ଦୋକାନ ଖୋଲାଥିବାବେଳେ ଅନ୍ୟାନ୍ୟ ଦୋକାନ ବନ୍ଦ ରହିଥିଲା। ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିବାରୁ ସହର ଖାଁଖାଁ ଲାଗୁଥିଲା। ସହରର ବିଭିନ୍ନ ଛକମାନଙ୍କରେ ପୁଲିସ ପଇଁତରା ମାରୁଥିଲେ ।

ଜରୁରି କାମରେ ଘରୁ ବାହାରୁଥିବା ଲୋକଙ୍କୁ ପୁଲିସ ଅଟକାଇ ପଚରାଉଚରା କରୁଥିବା ଦେଖିବାକୁ ମିଳିଥିଲା। ସହରର ଗାନ୍ଧୀଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ, ଲାବଣ୍ୟ ଛକ, ତହସିଲ ଛକ, ସିରଜୁଦ୍ଦିନ ଛକ, ଜେଲ୍‌ଛକ, ମାଇନିଂ ଛକରେ ପୁଲିସ ପକ୍ଷରୁ କଡ଼ା ଯାଞ୍ଚ କରାଯାଉଥିଲା। ତେବେ ଲୋକେ ପୂର୍ବ ଅପେକ୍ଷା ଅଧିକ ସଚେତନ ହୋଇଥିବାବେଳେ ସରକାରଙ୍କ ନିର୍ଦ୍ଦେଶ ମାନି ଅତି ଜରୁରୀ ନହେଲେ‌ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe