ସପ୍ତାହନ୍ତ ସଟ୍ ଡାଉନ୍ ଦ୍ବିତୀୟ ଦିନ: ସହର ଖାଁ ଖାଁ, ଆଜି ସଂଧ୍ୟା ୬ରୁ ନାଇଟ୍ କର୍ଫ୍ୟୁ

ସପ୍ତାହନ୍ତ ସଟ୍ ଡାଉନ୍ ଦ୍ବିତୀୟ ଦିନ: ସହର ଖାଁ ଖାଁ, ଆଜି ସଂଧ୍ୟା ୬ରୁ ନାଇଟ୍ କର୍ଫ୍ୟୁ

ଜୟପୁର: ଦ୍ବିତୀୟ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ପଡୋଶୀ ଛତିଶଗଡରେ ଏହାର ମାତ୍ରା ଅଧିକା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛତିଶଗଡ ସୀମାନ୍ତ ତଥା ପଡୋଶୀ ୧୦ଜିଲ୍ଲାରେ ସପ୍ତାହନ୍ତ ଶନି ଓ ରବିବାର ସଟ୍ ଡାଉନ୍ ଏବଂ ବଳକା ୫ଦିନର ନାଇଟ୍ କର୍ପ୍ୟୁ ସଂଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ କରିଛି। ଆଜି ସପ୍ତାହନ୍ତ ସଟ୍ ଡାଉନ୍ ଦ୍ବିତୀୟ ଦିନରେ ଜୟପୁର ସହର ଖାଁ ଖାଁ ହୋଇ ପଡ଼ିଥିଲା। ସାହି ଓ ଗଳିର କିଛି ଦୋକାନୀ ଗଳାବାଟ ଦେଇ ବେପାର କରୁଥିବା ଦେଖିବାକୁ ମିଳିଥିଲା। ଆଜି ରବିବାର ଥିବାରୁ କିଛି କୁକୁଡା ବେପାରୀ ବି ଲୁଚାଛଫାରେ ଏହା ବିକ୍ରୀ କରୁଥିବା ଦେଖିବାକୁ ମିଳିଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାରେ ବୁଲୁଥିବା ଘରୋଇ ଆଂଚଳିକ ବସ ଗୁଡିକ ଚଳାଚଳ କରି ନଥିଲା।

ତେବେ ରାଜ୍ୟ ସଡକ ପରିବହନ ନିଗମର ଅଳ୍ପ କିଛି ଆଂଚଳିକ ବସ ଦିନରେ ବୁଲିଥିଲା। ସଂଧ୍ୟାରେ ଦ୍ରୁତଗାମୀ ବସ ଗୁଡ଼ିକ ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା। ୧୯ତାରିଖରୁ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ନିର୍ଦେଶ ଦେଇଛି। ଏହି କ୍ରମରେ ଆଜି ଠାରୁ ବିଭିନ୍ନ ଇଂଜନିୟରିଂ, ଫାର୍ମାସୀ, ଆଇଟିଆଇ, ପଲିଟେକ୍ନିକ୍ କଲେଜ ଗୁଡିକ ପରବର୍ତ୍ତୀ ସରକାରଙ୍କ ନିର୍ଦେଶ ପର୍ଯ୍ୟନ୍ତ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ତେବେ ଏହି ସବୁ ଧନ୍ଦାମୂଳକ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରବାସ, ଛାତ୍ରୀନିବାସକୁ ବି ଅନୁଷ୍ଠାନ ଗୁଡିକ ଆଜି ବନ୍ଦ କରିଦେଇଥିଲେ। ତେବେ ଆସନ୍ତାକାଲିଠାରୁ ବନ୍ଦ ରହୁଥିବାରୁ ଛାତ୍ରଛାତ୍ରୀ ମାନେ ବି ନିଜ ନିଜ ଘରକୁ ଫେରିବା ପାଇଁ ଆଜି ବିଭିନ୍ନ ଛକ ଓ ବସଷ୍ଟାଣ୍ଡରେ ଜମା ହୋଇ ରହିଥିବା ଦେଖିବାକୁ ମିଳିଥିଲା।

publive-image

ତେବେ ନିଜ ନିଜ ଘରକୁ ଯିବା ପାଇଁ ବସ ନଥିବାରୁ ଏମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ହେମକାନ୍ତ ସୟ, ଏସଡିପିଓ ଅରୁପ ଅଭିଶେଖ ବେହେରା, ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ଟାଉନଥାନା ଆଇଆଇସି ବାଲେଶ୍ବର ଗିଦ୍ଧୀ, ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ପ୍ରମୁଖ ସଦଳବଳ ନେଇ ସହରରେ ଫ୍ଲାଗମାର୍ଚ୍ଚ ବି କରିଥିଲେ। ଅନ୍ୟ ପରେ ଆସନ୍ତାକାଲି ସଂଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ହେବ ଏବଂ ଏସମୟରେ ବି ଲୋକେ ଅଯଥାରେ ବାହାରକୁ ନ ବାହାରିବାକୁ ଉପଜିଲ୍ଲାପାଳ ଏବଂ ଏସଡିପିଓ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe