ସଟ୍‌ଡାଉନ୍‌ରେ କଟକଣା କଡ଼ାକଡ଼ି, ଲମ୍ବା ଲାଇନରେ ଫାଇନ ଭରିଲେ

Advertisment
ସଟ୍‌ଡାଉନ୍‌ରେ କଟକଣା କଡ଼ାକଡ଼ି, ଲମ୍ବା ଲାଇନରେ ଫାଇନ ଭରିଲେ

ବଲାଙ୍ଗୀର: କରୋନା ସଂକ୍ରମଣ ରୋକିବାକୁ ସପ୍ତାହକୁ ପାଞ୍ଚ ଦିନ ଲକ୍‌ଡାଉନ୍‌ ଓ ଦୁଇଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ତଥାପି ଏହାକୁ ବହୁଲୋକ ମାନୁ ନଥିବା ଲକ୍ଷ୍ୟ କରାଯାଇଛି।
ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସପ୍ତାହକୁ ପାଞ୍ଚଦିନ ସକାଳରୁ ଦିନ ୧୧ଟା ଯାଏ ଦୋକାନ ଓ ପନିପରିବା ମାର୍କେଟ ଖୋଲାରହୁଛି। ଦୁଇଦିନ ପୂରା ସଟ୍‌ଡାଉନ୍‌ ରହୁଛି। ହେଲେ ଲୋକେ ବିନା କାମରେ ଘରୁ ବାହାରି ବୁଲୁଛନ୍ତି। ବଲାଙ୍ଗୀର ସହର କଚେରି ଛକଠାରେ ପୁଲିସ ଯାଞ୍ଚ ଚଳାଇଥିଲା। ଦୁଇଚକିଆ ଓ ଚାରିଚକିଆ ଯାନବାହନକୁ ଅଟକାଇ ପଚରା ଉଚୁରା କରାଯାଉଥିଲା। କିଏ ବାହାଘର ତ ଆଉ କିଏ ହସପିଟାଲ ବହାନା ଖୋଜି ବୁଲୁଥିଲେ। ଏଣୁ ଆମାନିଆମାନଙ୍କଠୁ ଫାଇନ ମଧ୍ୟ ଆଦାୟ କରାଯାଉଥିଲା। ଲମ୍ବା ଲାଇନରେ ଚାରିଚକିଆ ଗାଡ଼ିମାନ ଛିଡ଼ା ହୋଇଥିବା ବେଳେ ଜଣେ ପରେ ଜଣେ ଫାଇନ ଦେଉଥିଲେ। ହଜାର ହଜାର ଟଙ୍କାର ଫାଇନ ଆଦାୟ କରିଥିଲା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe