ତିନି ଦିନ ପାଇଁ ପାରଳାଖେମୁଣ୍ଡି ସଟ୍‌ଡାଉନ୍‌

Advertisment
ତିନି ଦିନ ପାଇଁ ପାରଳାଖେମୁଣ୍ଡି ସଟ୍‌ଡାଉନ୍‌

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରକୁ ତିନି ଦିନ ପାଇଁ ଜିଲ୍ଲାପାଳ ଅନୁପମ୍‌ ଶାହା ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଜ୍ୟ ଓ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଛନ୍ତି। ଆସନ୍ତା ଶୁକ୍ର, ଶନି ଓ ରବିବାର ସଟ୍‌ଡାଉନ୍‌ ସମୟରେ ସମସ୍ତ ଜରୁରୀକାଳିନ ସେବା ଜାରି ରହିବା ସହିତ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରାଯିବ। ଏଥିସହିତ ସଟଡାଉନ୍‌ ଚାଲିଥିବା ବେଳେ ୬୦ଟି ମେଡିକାଲ ଟିମ୍‌ ଦ୍ୱାରା ସହରରେ ସ୍କ୍ରିନିଂ କରାଯିବ।

publive-imageଆଜି ସକାଳେ ରାଜ୍ୟରେ ପୁଣି ୫୨୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦେଇଥିଲେ। ଏଯାବତ ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୧ରେ ପହଞ୍ଚିଛି। କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ସରକାର ବିଭିନ୍ନ ପ୍ରକ୍ରିୟାମାନ ଆପଣାଇବା ସହିତ ଲୋକମାନଙ୍କୁ କୋଭିଡ଼ ନିୟମ କଡ଼ାକଡ଼ି ପାଳନ କରିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe