କଟକରୁ ଉଠିଲା ସଟଡାଉନ୍‌; ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ରୋଗୀ ସେବା ବନ୍ଦ

କଟକ ପାଇଁ କ’ଣ ଅଲଗା କୋଭିଡ଼ ନିୟମ? ଭୁବନେଶ୍ବରରେ ଚାଲିଛି ଘରୋଇ ପରୀକ୍ଷା; ୪ ଦିନ ହେ‌ଲା କଟକରେ ବନ୍ଦ

କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ସଟଡାଉନ୍‌ ହଟିବା ନେଇ ଗତ ରବିବାର ସିଏମ୍‌ସି ପକ୍ଷରୁ ଘୋଷଣା କରାଯିବା ପରେ ସୋମବାର କଟକ ସହରରୁ ସଟଡାଉନ୍‌ ହଟି ଯାଇଛି। କଟକରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ଗତ ଜୁଲାଇ ୪ ତାରିଖରେ ସଟଡାଉନ୍‌ ଘୋଷଣା କରିଥିଲା। ଏଥିସହିତ ମାଳିସାହିରୁ ରାଣିହାଟ ପର୍ଯ୍ୟନ୍ତ ଥିବା କଣ୍ଟେନମେଣ୍ଟ ଜୋନ୍ ମଧ୍ୟ ଉଠାଇ ଦିଆଯାଇଛି।

ସଟ୍‌ଡାଉନ୍‌ ହଟିବା ପରେ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୋଭିଡ-୧୯ ଗାଇଡଲାଇନ୍‌ ନିୟମକୁ ଅନୁସରଣ କରି ଦେକାନବଜାର  ଆଦି ଖୋଲା ଯିବ ବୋଲି ସିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ସଟ୍‌ଡାଉନ୍‌ ଉଠିଥିଲେ ହେଁ  ସହରରେ ରାତ୍ରୀକାଳୀନ କର୍ଫ୍ୟୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ଜାରି ରହିବ। ଏଥିସହିତ ସ୍ଥାନୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ସପ୍ତାହାନ୍ତ ସଟଡାଉନ୍‌ ନିୟମ ପୂର୍ବଭଳି ବଳବତ୍ତର ରହିବ।

Shutdown Restrictions Lifted In Cuttack City, Malls Allowed To Open

ଅନ୍ୟପକ୍ଷରେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ରୋଗୀ ସେବା ବନ୍ଦ କରାଯାଇଛି। କେବଳ ହସ୍‌ପିଟାଲ୍‌ରେ ଓପିଡି ଖୋଲା ରହିଥିବା ବେଳେ ଅନ୍ୟ ସମସ୍ତ ବିଭାଗକୁ ବନ୍ଦ କରାଯାଇଛି। କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏବେ ହସ୍ପିଟାଲରେ କୌଣସି ରୋଗୀଙ୍କୁ ଭର୍ତ୍ତି କରାଯାଉ ନାହିଁ। କଟକରେ ଏଯାବତ ୯୯୮ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୮ଟି ସକ୍ରିୟ ମାମଲା ରହିଛି। ଏଥିସହିତ ୭୪୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ଜଣ ରୋଗୀ କରୋନା ଯୁଦ୍ଧରେ ହାରି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe