ସଟଡାଉନରେ ଦୋକାନ ଖୋଲା, ଦୁଇ ହଜାର ଟଙ୍କା ଜରିମାନା ଆଦାୟ

Advertisment
ସଟଡାଉନରେ ଦୋକାନ ଖୋଲା, ଦୁଇ ହଜାର ଟଙ୍କା ଜରିମାନା ଆଦାୟ

photo-representation

ଭୁବନ: ରାଜ୍ୟରେ ମହାମାରୀ କରୋନାର ଦ୍ବିତୀୟ ଲହର ବେଶ ମାରାତ୍ମକ ରୂପ ନେଉଥିବା ପରିଲକ୍ଷିତ ହୋଇଛି । ଏଥିପାଇଁ ରାଜ୍ୟବ୍ୟାପୀ ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍ ଡାଉନ୍ ଘୋଷଣା ହୋଇଛି। ଫଳରେ ଆଜି ଦ୍ବିତୀୟ ସପ୍ତାହରେ ଏହି ନିୟମକୁ ଅନେକ ସମୟରେ କିଛି ବ୍ୟବସାୟୀ ଖାମଖିଆଲ ମଣୁଛନ୍ତି। ସେମାନଙ୍କୁ ଖୋଜିଖୋଜି ସାବାଡ କରୁଛି ପୁଲିସ ।

ଆଜି ସନ୍ଧ୍ୟା ସମୟରେ ଭୁବନ ଥାନା ତରଫରୁ ପେଟ୍ରୋଲିଂ କଡାକଡି କରୁଥିବା ନଜରକୁ ଆସିଛି। ଭୁବନ ଥାନା ଅଧିକାରୀ ପ୍ରଶାନ୍ତ ପାତ୍ର ଭୁବନ ସହରର ପ୍ରତ୍ୟେକ ମୁଖ୍ୟ ଛକରେ ପୁଲିସ ମୁତୟନ କରିବା ସହିତ ସହର ମଧ୍ୟକୁ ପ୍ରବେଶ କରୁଥିବା ଯାନବାହାନକୁ ଚେକିଙ୍ଗ ଜୋରଦାର କରିଛି।

ସେହିପରି ଭୁବନ କାଳୀବଜାର ସ୍ଥିତ ଏକ ଭେରାଇଟ ପାଉଁରୁଟି ଦୋକାନ କୋଭିଡ ନିୟମ ମାନିନଥିବାରୁ ତହସିଲଦାର ପ୍ରଭାସ ବେହୁରାଙ୍କ ସୁପାରିଶ କ୍ରମେ ଦୋକାନୀଙ୍କଠାରୁ ଦୁଇ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଇଲେକ୍ଟ୍ରି ଅଫିସ ସାମନାରେ ଖୋଲାଥିବା ଆଳୁଗୋଦାମର ଦୁଇଜଣଙ୍କୁ ଅଟକ ରଖିଛନ୍ତି। ସେହିପରି ଅମାନିଆ ମୋଟର ଚାଳକଙ୍କଠାରୁ ଇ ଚାଲାଣ ଜରିଆରେ ଫାଇନ କଟାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe