ପୁଲିସ-ଜନତା ମୁହାଁମୁହିଁ: ଗ୍ରାମବାସୀଙ୍କ ଆକ୍ରମଣରେ ଏସଆଇ ଗୁରୁତର, ୧୫ ଗିରଫ

Advertisment
ମହିଳାଙ୍କ ଗୁପ୍ତାଙ୍ଗରୁ ସ୍ବାବ୍‌ ନମୁନା ନେଇ ଗିରଫ ହେଲେ ଲାବୋରେଟୋରି ଟେକ୍ନିସିଆନ୍‌

Time

ରାୟଗଡ଼ା/ଟିକିରି: ଲକଡାଉନ୍ ସମୟରେ ଗାଁରେ ଚାଲିଥିଲା ନାଚ ଗୀତ। ପୁଲିସ୍ ପହଞ୍ଚି ନାଚଗୀତ ବନ୍ଦ କରିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ପୁଲିସ ଉପରେ ଆକ୍ରମଣ କରିଛନ୍ତି। ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ଏସଆଇ ଗୁରୁତର ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ଦୋରାଗୁଡ଼ା ଥାନା ବାରିଆଗୁଡ଼ା ଗ୍ରାମ‌ରେ। ଘଟଣାରେ ସଂପୃକ୍ତ ୧୫ ଗ୍ରାମବାସୀଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍।

ବୁଧବାର ରାତିରେ ‌କାଶୀପୁର ବ୍ଲକ୍ ଡଙ୍ଗାସିଲ ପଞ୍ଚାୟତର ବାରିଆଗୁଡା ଗ୍ରାମରେ ନାଚଗୀତ ଚାଲିଥିଲା। ଲକଡାଉନ୍ ସମୟରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ପ୍ରଶାସନ ଗୁରୁତ୍ବାରୋପ କରୁଥିବା ବେଳେ ଗ୍ରାମବାସୀ ଏକାଠି ହୋଇ ନାଚଗୀତରେ ମସଗୁଲ୍ ଥିବା ନେଇ ଦୋରାଗୁଡା ପୁଲିସକୁ ସୂଚନା ମିଳିଥିଲା। ସୂଚନା ପରେ ପେଟ୍ରୋଲିଂରେ ଥିବା ଦୋରାଗୁଡ଼ା ଥାନା ଏସଆଇ ବିଶ୍ବ ରଂଜନ ଦାଶ, ଡଙ୍ଗାସିଲ୍ ଫାଣ୍ଡି ଅଧିକାରୀ ସଦାନନ୍ଦ ପ୍ରଧାନ ପୁଲିସ୍ ଟିମ୍ ସହ ଗାଁକୁ ଯାଇ ନାଚଗୀତ ବନ୍ଦ କରିଥିଲେ। ନାଚ ବନ୍ଦ ପରେ ଗ୍ରାମବାସୀଙ୍କୁ ନିଜ ଘରକୁ ଯିବା ପାଇଁ ପୁଲିସ୍ ବୁଝାଶୁଝା କରୁଥିବା ସମୟରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଠେଙ୍ଗାରେ ପୁଲିସକୁ ଆକ୍ରମଣ କରିବା ସହ ଢ଼େଲା, ପଥର ମାଡ଼ କରିଥିଲେ। ଢ଼େଲା ମାଡ଼ରେ ଏସଆଇ ବିଶ୍ବ ରଂଜନ ଦାଶଙ୍କ ମୁଣ୍ଡ ଫାଟିବା ସହ ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଧାନଙ୍କ ସମେତ ଅନ୍ୟ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ। ଆକ୍ରମଣ ପରେ ପୁଲିସ୍ ଟିମ୍ ଫେରି ଆସିବା ସହ ଆହତ ଅଧିକାରୀଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତି କରାଯାଇଥିଲା।

ଆକ୍ରମଣରେ ସଂପୃକ୍ତ ଗ୍ରାମବାସୀଙ୍କୁ ଗିରଫ କରିବା ନେଇ ପୁଲିସ୍ ବାରିଆଗୁଡ଼ାରେ ଚଢ଼ଉ କରି ଯୋଗେଶ୍ବର ମାଝି, ଧୀରେନ୍ଦ୍ର ସାଉନ୍ତା, ଗୋପିନାଥ ମାଝି, ବିଶ୍ବନାଥ ମାଝି, ରାମ ମାଝି, କଷା ମାଝି, ଦନର ମାଝି, ଚାମରା ମାଝି, ପୂର୍ତ୍ତି ମାଝି, ଲିଙ୍ଗରାଜ ମାଝି, ଦୁର୍ଲଭ ମାଝି, ଗୋବିନ୍ଦ ମାଝି, ନକୁଳ ମାଝି, ସାହେବ ମାଝି ଓ କୁଚେଇପଦର ଗ୍ରାମର ନିଂରଂଜନ ମାଝିକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe