ମାଡ଼ିଗଲା ଜୁଆର; ବିପଦରେ ଶିଆଳି ବେଳାଭୂମି ଭ୍ୟୁ ଟାୱାର୍‌

ମାଡ଼ିଗଲା ଜୁଆର; ବିପଦରେ ଶିଆଳି ବେଳାଭୂମି ଭ୍ୟୁ ଟାୱାର୍‌

Sambad

ଏରସମା: ସମୁଦ୍ର ଜୁଆର ମାଡ଼ିଆସି ଏରସମା ଉପକୂଳବର୍ତ୍ତୀ ଅଂଚଳ ପ୍ରତି ପୁଣି ବିପଦ ସୃଷ୍ଟି କରିଛି। ଗତ ବର୍ଷ ଭଳି ଏବର୍ଷ ମଧ୍ୟ ସମୁଦ୍ର ଜୁଆର ମାଡିଆସି କଳବେଦୀ ପାଖରୁ ପର୍ଯ୍ୟଟନସ୍ଥଳୀ ଶିଆଳି ଭ୍ୟୁ-ଟାୱାର ପ୍ରତି ବିପଦ ଦେଖାଦେଇଛି। ଜୁଆର ମାଡ଼ରେ ଝାଉଁ ଜଙ୍ଗଲ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ଫଳରେ ଜନବସତି ପ୍ରତି ବିପଦ ଦେଖାଦେଇଛି। ପୂର୍ଣ୍ଣିମା ତିଥି ଚାଲିଥିବାରୁ ସମୁଦ୍ରରେ ଉଚ୍ଚ ଜୁଆର ଆସି ରାମତରା ପର୍ଯ୍ୟନ୍ତ ଘାଇ ସୃଷ୍ଟି ହୋଇଛି। ଏପରିକି ଲୁଣା ପାଣି ମାଡି ଗାଁ ରେ ପଶିବା ସହ ନିକଟସ୍ଥ ଚାଷ ଜମିକୁ ମାଡ଼ିଯାଇଛି l ଫଳରେ ପଦ୍ମପୁର ପଞ୍ଚାୟତରେ ଥିବା ଶିଆଳି ବେଳାଭୂମି ପୁଣିଥରେ ଭୁଶୁଡ଼ିବା ଆଶଙ୍କା ଦେଖା ଦେଇଛି।

ଏହି ଲୁଣା ପାଣି ଆଖପାଖରେ ପ୍ରବାହିତ ହଂସୁଆ ନଦୀ, ଶଙ୍ଖା ନଦୀରେ ପ୍ରବେଶ କରିବା ଦ୍ୱାରା ଗଡ଼ହରିଶପୁର, ଗୋଡ଼ା, ଜାନକାଦେଇପୁର, ନାରଦିଆ, ଆମ୍ବିକି ପଂଚାୟତରେ ଥିବା ଚାଷ ଜମିକୁ ପାଣି ମାଡ଼ିଯାଇଛି l ଏସବୁ ସମୁଦ୍ରତଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆଖପାଖ ଅଞ୍ଚଳରେ ଚିଙ୍ଗୁଡ଼ି ଘେରିରେ ଜୁଆର ପାଣି ପଶିଯିବାରୁ ଚିଙ୍ଗୁଡ଼ି ଘେରିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଏ ସମ୍ପର୍କରେ ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା କହିଛନ୍ତି ଯେ ଗତକାଲି ପୂର୍ଣ୍ଣିମା ଥିବାରୁ ସମୁଦ୍ର ଅଶାନ୍ତ ହୋଇ ପଡ଼ିଛି। ତେଣୁ ଲୁଣା ପାଣି ଅଖପାଖ ଅଂଚଳକୁ ମାଡ଼ିଆସିଛି l କିନ୍ତୁ ଅଞ୍ଚଳର ସୁରକ୍ଷା ପାଇଁ ସମୁଦ୍ର କୂଳେ କୂଳେ ତୁରନ୍ତ ପଥର ବନ୍ଧ ନିର୍ମାଣ କରାଯିବାକୁ ପୂର୍ବତନ ସରପଞ୍ଚ କେଶବ ପାତ୍ର, ସମାଜସେବୀ ଅରୁଣ ବେହେରା ଦାବି କରିଛନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe