ପବିତ୍ର କାର୍ତ୍ତିକ ମାସର ସୋମବାରରେ ମାଟି ଖୋଳୁ ଖୋଳୁ ବାହାରିଲେ ଶିବଲିଙ୍ଗ

Advertisment
ପବିତ୍ର କାର୍ତ୍ତିକ ମାସର ସୋମବାରରେ ମାଟି ଖୋଳୁ ଖୋଳୁ ବାହାରିଲେ ଶିବଲିଙ୍ଗ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଚନ୍ଦ୍ରପଦା ଗାଁରେ ପବିତ୍ର କାର୍ତ୍ତିକ ମାସର ସୋମବାରରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ମାଟି ଖୋଳୁ ଖୋଳୁ ହଠାତ ଶିବଲିଙ୍ଗ ଆବିର୍ଭାବ ହୋଇଛନ୍ତି।

କିଛି ଦିନ ତଳେ ଚନ୍ଦ୍ରପଦା ଗ୍ରାମର ଜଣେ ବ୍ୟକ୍ତିକୁ ସ୍ବପ୍ନ ହୋଇଥିଲା କି ମାଟି ତଳେ ଶିବଲିଙ୍ଗ ରହିଛି। କିନ୍ତୁ ଉକ୍ତ ବ୍ୟକ୍ତିଙ୍କର କଥାକୁ କେହି ବିଶ୍ୱାସ କରି ନ ଥିଲେ । ହେଲେ ଆଜି ଉକ୍ତ ଜାଗାରୁ ଚନ୍ଦନ ବାସ୍ନା ହେବାରୁ କିଛି ଯୁବକ ସେହି ଜାଗା ଖୋଳିବା ଆରମ୍ଭ କରିଥିଲେ ।

publive-image

ଆଉ କିଛି ସମୟ ଖୋଳିବା ପରେ ହଠାତ ଚନ୍ଦନ ପ୍ରଲୋପିତ ହୋଇଥିବା ଶିବ ଲିଙ୍ଗର ଆବିର୍ଭାବ ହୋଇଥିଲା । ପରେ ଗାଁ ଲୋକଙ୍କୁ ଖବର ଦେବାରୁ ସମସ୍ତେ ଏକତ୍ରିତ ହୋଇ ଅଧିକ ଖୋଳାଖୋଳି କରିଥିଲେ। ପରେ ପାତାଳୀ ମୂର୍ତ୍ତି ଦେଖିବାକୁ ମିଳିଥିଲା । ଏବେ ଗାଁରେ ପୂଜା ପାଠ ଚାଲିଛି। ପବିତ୍ର କାର୍ତ୍ତିକ ମାସରେ ତୃତୀୟ ସୋମବାରରେ ଏଭଳି ଘଟଣା ଘଟିଥିବାରୁ ମହାଦେବଙ୍କ ଲୀଳା ବୋଲି ଗ୍ରାମବାସୀ କହିଛନ୍ତି ।

publive-image

ତେବେ ଏହି ଘଟଣା ପୂର୍ବରୁ ଗତକାଲି ଭଦ୍ରକ ଜିଲ୍ଲାର ଗୋରମାଟି ଗ୍ରାମର ଖେଳ ପଡ଼ିଆରୁ ବି ଏକ ଶିବ ଲିଙ୍ଗ ବାହାରିଥିଲେ। ସନ୍ଧ୍ୟାରେ ଗୋରାମାଟି ପଡ଼ିଆରେ ଏକ ପାର୍କ ପାଇଁ ଟ୍ରାକ୍ଟରରେ ମାଟି ଖୋଳା ଯାଉଥିଲା। ଏହି ସମୟରେ ଟ୍ରାକ୍ଟରର ଲୁହ ଫାଳରେ ଏକ ପଥର ବାଜିବାର ଶବ୍ଦ ହେଲା। ମାଟି ତଳେ କ’ଣ ଅଛି ବୋଲି ଜାଣିବାକୁ ଯାଇ ଲୋକେ ମାଟି ଖୋଲିଲେ। ମାଟି ତଳୁ ଦୁଇ ଫୁଟ୍ ଖୋଲିଲା ପରେ ଏକ ଶିବ ଲିଙ୍ଗ ବାହାରିବା ଲୋକେ ଦେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe