ମାଣ୍ଡିଆ କଙ୍କଡ଼ା ଚାଷ କରି ମାଲାମାଲ ହେଲେ ଚାଷୀ

Advertisment
ମାଣ୍ଡିଆ କଙ୍କଡ଼ା ଚାଷ କରି ମାଲାମାଲ ହେଲେ ଚାଷୀ

ଅସ୍ତରଙ୍ଗ: ପୋଖରୀରେ ମାଛ ଚାଷ ହୁଏ ବୋଲି ଆପଣମାନେ ଶୁଣିଥିବେ କିନ୍ତୁ ଏବେ ପୋଖରୀରେ କଙ୍କଡ଼ା ଚାଷ ବି କରିହେବ, ଏକଥା ହୁଏତ ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ପୁରୀ ଜିଲ୍ଲା ଅସ୍ତରଙ୍ଗର ଚାଷୀ ଶିବ କୁମାର ପରିଡା କିଛି ଏଭଳି କରି ଦେଖାଇଛନ୍ତି ।

publive-image

୪ଏକର ଜାଗାରେ ପୋଖରୀ କରି ସେଥିରେ ମାଣ୍ଡିଆ କଙ୍କଡ଼ା ଚାଷ କରି ନିଜେ ସଫଳତା ପାଇବା ସହ ଶିବ କୁମାର ୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ଅନ୍ତର୍ଗତ ମଧୁପୁର ଗାଁରେ ବସବାସ କରୁଥିବା ଶିବ କୁମାର ବିଭିନ୍ନ ପ୍ରକାର ମାଛ ଚାଷ କରି କ୍ଷତି ସହିବା ପରେ କଙ୍କଡା ଚାଷ କରିବା ପାଇଁ ଚିନ୍ତା କରିଥିଲେ ।

ପାଖାପାଖି ୨ଲକ୍ଷ ଟଙ୍କା ଖର୍ଚ୍ଚ କରି ୪ଏକର ଜମିରେ ପୋଖରୀ ଖୋଳି ସେଥିରେ ଆରମ୍ଭ କରିଥିଲେ ଉନ୍ନତମାନର ମାଣ୍ଡିଆ କଙ୍କଡା ଚାଷ । ପାରାଦୀପରୁ କଙ୍କଡା ଯାଆଁଳ ଆଣି ପୋଖରୀରେ ଛାଡିଥିଲେ ସେ । ଆଉ ତିନି ମାସ ପରେ ଏବେ ବିକ୍ରି କରିବା ବି ଆରମ୍ଭ କରିଲେଣି ଶିବ କୁମାର ।

publive-image

ସାଧାରଣତଃ ଏହି ମାଣ୍ଡିଆ କଙ୍କଡା ନଦୀ ପାଖରେ ଗାତ କରି ରହନ୍ତି । ବଡ ହେଲେ ପରେ ଏଗୁଡିକୁ ଧରି ବଜାରରେ ବିକ୍ରି ପାଇଁ ଅଣାଯାଇଥାଏ । କିନ୍ତୁ ପୋଖରୀରେ କିଭଳି ଏହି କଙ୍କଡା ଚାଷ କରାଯାଇପାରିବ ସେନେଇ ଶିବର କୁମାର ପରିଡା ଚେଷ୍ଟା କରିଛନ୍ତି । ତେବେ ଏହି ମାଣ୍ଡିଆ କଙ୍କଡାର ଚାହିଦା ଅଧିକ ରହିଛି। ପଶ୍ଚିମବଙ୍ଗ ବେପାରୀମାନେ ଏହି କଙ୍କଡା କିଣି ଦୁବାଇ, ଥାଇଲାଣ୍ଡ, ହଙ୍କକଙ୍ଗ୍‌ ସହ ବାଂଲାଦେଶ ଭଳି ଦେଶକୁ ପଠାଇ ଭଲ ପଇସା ରୋଜଗାର କରିଥାନ୍ତି । ନିଜେ ଏହି ଚାଷରେ ସଫଳତା ପାଇବା ସହ ୫ଜଣଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି ଶିବ କୁମାର ପରିଡା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe