ଆରପାରିରେ ‘କେନ୍ଦୁଝର ଟୋକା’ର ଗାୟକ

Advertisment

ପୂର୍ବତନ ବିଧାୟକ ଧନୁର୍ଜୟ ସିଦୁଙ୍କ ପୁଅ

ପୂର୍ବତନ ବିଧାୟକ ଧନୁର୍ଜୟ ସିଦୁଙ୍କ ପୁଅ

ଆରପାରିରେ ‘କେନ୍ଦୁଝର ଟୋକା’ର ଗାୟକ

ବଡ଼ବିଲ : ଲୋକପ୍ରିୟ ‘କେନ୍ଦୁଝର ଟୋକା’ ଗୀତ ଗାଇ କେନ୍ଦୁଝର ଜିଲ୍ଲାରେ ଚର୍ଚ୍ଚାକୁ ଆସିଥିବା ବିଶ୍ବଜିତ ସିଦୁ ଓରଫ (ବଜରଙ୍ଗୀ)ଙ୍କ ୩୪ ବର୍ଷ ବୟସରରେ ପରଲୋକ ଘଟିଛି। ସେ ପୂର୍ବତନ ଚମ୍ପୁଆ ବିଧାୟକ ତଥା ବିଜେଡି ରାଜ୍ୟ ସମ୍ପାଦକ ଧନୁର୍ଜୟ ସିଦୁ ଓ ସରସ୍ୱତୀ ସିଦୁଙ୍କ ଏକମାତ୍ର ପୁତ୍ର। ତାଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ବିଶ୍ୱଜିତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ୪ ବର୍ଷରୁ ଊର୍ଦ୍ଧ୍ବ ହେବ ଚଣ୍ଡୀଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କିଛିମାସ ତଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳ ସାଢେ ୭ଟାବେଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ପାଖରେ ଭଉଣୀ ବିଜୟୀତା ସିଦୁଙ୍କ ସମେତ ପରିବାର ଲୋକେ ଉପସ୍ଥିତ ଥିଲେ। ବିଶ୍ବଜିତ ଜଣେ ଭଲ କଣ୍ଠଶିଳ୍ପୀ ସାଙ୍ଗକୁ ସ୍ୱେଚ୍ଛାସେବୀ ଥିଲେ। ଏଲ୍‌ଟି ପ୍ରଡକ୍ସନ ଦ୍ବାରା ପ୍ରସ୍ତୁତ ‘କେନ୍ଦୁଝର ଟୋକା’ ଗୀତ ଗାଇ ସେ ବେଶ ଲୋକପ୍ରିୟ ହୋଇପାରିଥିଲେ। ପୈତୃକ ଗାଁ ବଡ଼ବିଲ ନିକଟସ୍ଥ ସେରେଣ୍ଡା ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe