The Week
ଦଶରଥପୁର: ଯାଜପୁର ଟାଉନ ଥାନା ଅନ୍ତର୍ଗତ ଖଣ୍ଡରା ପଞ୍ଚାୟତ ବାଲିପଦା ଗ୍ରାମରେ ପାରିବାରିକ କଳହକୁ ନେଇ ଜଣେ ଯୁବକ ନିଜ ଭାଉଜଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବାଲିପଦା ଗ୍ରାମର ରବିନାରାୟଣ ପାଗଳଙ୍କ ମଝିଆଁ ପୁଅ ଅଜୁ (୩୫) ଓ ତା’ର ବଡ଼ ଭାଉଜ ସସ୍ମିତା ପାଗଳଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଅଭିଯୁକ୍ତ ଅଜୁ ଏକ ଧାରୁଆ ଅସ୍ତ୍ରରେ ଭାଉଜ ସସ୍ମିତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା।
ଆକ୍ରମଣରେ ସସ୍ମିତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହିତ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଫଳରେ ସେ ଚେତା ଶୂନ୍ୟ ହୋଇପଡ଼ିଥିଲେ। ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସସ୍ମିତା ଏବେ ଚିକିତ୍ସାଧୀନ ଥିବା ବେଳେ ଯାଜପୁର ଟାଉନ ଥାନାରେ ଏନେଇ ଅଭିଯୋଗ ହୋଇଛି। ପୁଲିସ୍ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ଦିଅର ଫେରାର ହୋଇଯାଇଛି।
Follow Us