ଦିଅର ଟାଙ୍ଗିଆ ଚୋଟରେ ଭାଉଜ ମୃତ 

ମାଂସ ପାଇଁ କଳି; ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ

Catch News

ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ଥାନା ପାହାଡ଼ଶ୍ରୀଗିଡ଼ା ପଂଚାୟତ ଦଶାଡ଼ି ବ୍ରିଜରେ ଶନିବାର ରାତିରେ ଦିଅର ଅଜେଶ ଖଡ଼ିଆ(୨୧)ର ଟାଂଗିଆ ଚୋଟରେ ଭାଉଜ ବୃନ୍ଦାବତୀ ଖଡ଼ିଆ(୨୭)ଙ୍କ ମୃତ୍ୟୁ ଘଟିଛି। ଶନିବାର ରାତିରେ ଖାଇପିଇ ବୃନ୍ଦାବତୀ ଓ ଅଜେଶ  ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବୃନ୍ଦାବତୀଙ୍କ ସ୍ବାମୀ ଘରେ ନଥିଲେ। ତେବେ ଉତ୍‌କ୍ଷିପ୍ତ ହୋଇ ଅଜେଶ ତାଙ୍କୁ ଟାଂଗିଆରେ ଆକ୍ରମଣ କରିଥିଲା।  ପ୍ରବଳ ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତକୁ ପୁଲିସ୍‌ ଅଟକ ରଖିଛି। ଟାଂଗିଆ ଜବତ ହୋଇଛି। ବାରପାହାଡ଼ ପାଖରେ ଏହି ଗ୍ରାମଟି ଥିବାରୁ ନିୟମିତ ବାରହା ଆସି ଫସଲ ନଷ୍ଟ କରିଥାନ୍ତି।  ବୃନ୍ଦାବତୀଙ୍କ ସ୍ବାମୀ ଅର୍ଜୁନ ରାତିରେ କ୍ଷେତକୁ ଯାଇଥିବା ବେଳେ ଏହି ହତ୍ୟାକାଣ୍ଡ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe