ଶୀତଳଷଷ୍ଠୀ: ଭବ୍ୟ ଆରତି ଓ ଆଖି ଝଲସା ଆଲୋକମାଳା

Advertisment
ଶୀତଳଷଷ୍ଠୀ: ଭବ୍ୟ ଆରତି ଓ ଆଖି ଝଲସା ଆଲୋକମାଳା

ସମ୍ବଲପୁର: ୩୪୫ ବର୍ଷ ପୁରୁଣା ସମ୍ବଲପୁରର ସର୍ବପୁରାତନ ଶୀତଳଷଷ୍ଠୀ ଯାତ୍ରାର ମାନ୍ୟତା ପାଇଥିବା ନନ୍ଦପଡ଼ାର ବଂ ବରାଡ଼ ବାଲୁଂକେଶ୍ବର ବାବାଙ୍କ ଶୋଭାଯାତ୍ରାରେ ଗତ ବର୍ଷ ଅର୍ଥାତ୍ ୨୦୨୨ଠାରୁ ଦେଢ଼ କୁଇଣ୍ଟାଲ୍ ଓଜନର ରୁପା ପରଭା ସାମିଲ କରାଯାଇଛି। ଏଥି ସହ ଗତ ବର୍ଷଠାରୁ ଚମତ୍କାର ଏଲ୍‌ଇଡି ଆଲୋକ ବ୍ୟବସ୍ଥା ଓ ଭବ୍ୟ ମହାଆଳତିର ଆୟୋଜନ କରାଯାଉଛି। ଚଳିତ ବର୍ଷ ମଧ୍ୟ ବାଲୁଂକେଶ୍ବର ବାବା ଏବଂ ମାତା ପାର୍ବତୀଙ୍କ ରଥ ସମ୍ମୁଖରେ ହୋଇଥିବା ଏଲ୍‌ଇଡି ଆଲୋକ ରାତିରେ ବି ଦିନର ଭ୍ରମ ସୃଷ୍ଟି କରିଥିଲା।

ଗୁରୁବାର ମଧ୍ୟରାତ୍ରିରେ ଶୋଭାଯାତ୍ରା ଆରମ୍ଭ ହେବା ପୂର୍ବରୁ ନବ ବିବାହିତ ବାଲୁଂକେଶ୍ବର ବାବା ଏବଂ ମାତା ପାର୍ବତୀଙ୍କର ଭବ୍ୟ ଆଳତି ଅତି ଚମତ୍କାର ହୋଇଥିଲା। ଆଳତିରେ ବେଳେ କରା ଯାଇଥିବା ଡିଜିଟାଲ୍ ଲାଇଟ୍ ଓ ସାଉଣ୍ଡ ବ୍ୟବସ୍ଥା ଭକ୍ତଙ୍କୁ ଅଭିଭୁତ କରିଥିଲା। ପଡ଼ାବାସୀଙ୍କ ସହ ହଜାରହଜାର ଭକ୍ତ ଏହି ଆଳତି ଦେଖିଥିଲେ। ଶୁକ୍ରବାର ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ପୂର୍ବରୁ ବି ମଙ୍ଗଳ ଆଳତି କରା ଯାଇଥିଲା। ‌େ‌ହଲେ ସେହି ସମୟରେ ବିଦ୍ୟୁତ୍‌କାଟ ହୋଇଥିଲା। ଅନ୍ୟ ଯାତ୍ରା କମିଟି ଗୁଡ଼ିକ ପକ୍ଷରୁ ମଧ୍ୟ ଯାତ୍ରା ଆରମ୍ଭ ଓ ଶେଷରେ ଭବ୍ୟ ଆଳତିର ଆୟୋଜନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe