ଶୀତଳଷଷ୍ଠୀରେ ଝଲସିବ ସୁଦର୍ଶନଙ୍କ ବାଲୁକା କଳା

Advertisment
ଶୀତଳଷଷ୍ଠୀରେ ଝଲସିବ ସୁଦର୍ଶନଙ୍କ ବାଲୁକା କଳା

Sambad English

ସମ୍ବଲପୁର: ଶୀତଳଷଷ୍ଠୀ ଅବସରରେ ସମ୍ବଲପୁରରେ ପ୍ରଥମଥର ପାଇଁ ଏକ ବାଲୁକାକଳା ପ୍ରସ୍ତୁତ କରୁଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସମ୍ବଲପୁର କଚେରି ଛକ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ମଙ୍ଗଳବାର ଶ୍ରୀ ପଟ୍ଟନାୟକ ନିଜ ବାଲୁକା କଳାକୃତି ନିର୍ମାଣ ଆରମ୍ଭ କରିଛନ୍ତି।

ବୁଧବାର ନିର୍ମାଣ ଶେଷ ହେବା ପରେ ତାହା ଲୋକଙ୍କ ଦେଖିବା ପାଇଁ ଉନ୍ମୁକ୍ତ ହେବ। ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ ସମିତିର ଅନୁରୋଧ କ୍ରମେ ଜିଲ୍ଲାପାଳ ଅନନ୍ୟା ଦାସ ଶୀତ‌ଳଷଷ୍ଠୀ ଅବସରରେ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବଲପୁରକୁ ନିମନ୍ତ୍ରଣ କରିଥିଲେ। ଏହି ମହାପର୍ବ ଅବସରରେ ଏକ ବାଲୁକାକୃତି ନିର୍ମାଣ ପାଇଁ ତାଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲାପାଳଙ୍କ ଅନୁରୋଧ ରକ୍ଷା କରି ଶ୍ରୀ ପଟ୍ଟନାୟକ ମଙ୍ଗଳବାର ସମ୍ବଲପୁର ପହଞ୍ଚି କାମ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe