ଜୁଆ ଆଡ୍ଡା ଉପରେ ଚଢ଼ାଉ: ୬ ଜୁଆଡ଼ି ଗିରଫ, ୬ ମୋବାଇଲ ସହ ଲକ୍ଷାଧିକ ଟଙ୍କା ଜବତ

Advertisment
ଜୁଆ ଆଡ୍ଡା ଉପରେ ଚଢ଼ାଉ: ୬ ଜୁଆଡ଼ି ଗିରଫ, ୬ ମୋବାଇଲ ସହ ଲକ୍ଷାଧିକ ଟଙ୍କା ଜବତ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଆଇଆଇସି ନରେଶ ସାହୁଙ୍କ ନେତୃତ୍ୱରେ ଗତକାଲି ରାତି ପୁଲିସ ଟିମ ସହରରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ପୁଲିସ ଜୁଆଡ଼ିଙ୍କ ଠାରୁ ମୋଟ ୬ ଗୋଟି ମୋବାଇଲ, ୧ଲକ୍ଷ ୩୫ ହଜାର ୧୫୦ ଟଙ୍କା ଓ ତାସ ଜବତ କରିଛି। ପୁଲିସ ଜୁଆ ଖେଳରେ ସଂପୃକ୍ତ ଥିବା ୬ଜଣଙ୍କୁ ଗିରଫ କରି ସ୍ଥାନୀୟ ଥାନାରେ ୮୬/୨୦ରେ ଏକ ମାମଲା ରୁଜୁ କରିଛି। ଏଏସଆଇ ପି.କେ ଦିପଙ୍କୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe