ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ପଦ୍ମଗିରି ଅଂଚଳରେ ଘଂଚ ଜଂଗଲରେ ଅସଞ୍ଜତ ଅବସ୍ଥାରେ ପ୍ରେମୀ ଯୁଗଳ ଧରିପଡିବା ଏବଂ ସ୍ଥାନୀୟ କିଛି ଯୁବକମାନଙ୍କ ଦ୍ବାରା ଏମାନଙ୍କୁ ଉଲଗ୍ନ କରି ନିର୍ଯାତନା ଦେବା ଘଟଣାରେ ଆଜି ମାଲାକନଗିରି ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ଏହି ଭିଡିଓ ଭାଇରାଲ ହେବାର ୨୪ ଘଣ୍ଟା ନପୁରୁଣୁ ମାଲକାନଗିରି ଆଇଆଇସି ରାମ ପ୍ରସାଦ ନାଗଙ୍କ ନେତୃତ୍ବରେ ସମସ୍ତ ୬ ଜଣ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ଯୁବକମାନେ ପ୍ରେମୀ ଯୁଗଳଙ୍କୁ ଧରି ଅତ୍ୟାଚାର କରିବା ସହ ଆଇନକୁ ହାତକୁ ନେବାକୁ ମଧ୍ୟ ପଛାଇଲେ ନଥିଲେ। ଏପରିକି ଖୋଲମଖୋଲାରେ ଯୁବତୀଙ୍କୁ ଉଲଗ୍ନ କରିବା ସହ ଯୁବକଙ୍କୁ ଠେଲାପେଲା କରିବା ସହ ଥଟ୍ଟାମଜାକ କରିଥିଲେ। ଏପରିକି ଏହି ଦୁଇ ପ୍ରେମୀ ଯୁଗଳଙ୍କ ଭିଡିଓ ଉତ୍ତୋଳନ କରି ଭାଇରାଲ ମଧ୍ୟ କରିଥିଲେ। ମାଲକାନଗିରି ପୁଲିସ ଏହି ଖବର ପାଇବା ପରେ ଏହାକୁ ଗୁରୁତର ସହ ନେଇଥିଲା।ପୁଲିସ ଗିରଫ କରିଥିବା ଯୁବକମାନେ ହେଲେ ଡମ୍ବରୁ ମାଡକାମୀ(୨୮), ପ୍ରିତମ କାରସାତା(୨୧), ତ୍ରିନାଥ କାରସାତା(୨୧), କାନ୍ତା କାରସାତା(୩୦), ସମାରୁ କାରସାତା(୨୪), ଦେବ ମାଢି(୩୬)। ଏହି ଅଭିଯୁକ୍ତମାନେ ହେଲେ ମାଲାକନଗିରି ନିକଟସ୍ଥ ସିନ୍ଧ୍ରମାଳ ଗ୍ରାମର।ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us