ମାଓବାଦୀଙ୍କ ନାଁରେ କନିଷ୍ଠଯନ୍ତ୍ରୀଙ୍କୁ ଟଙ୍କା ମାଗିବା ଅଭିଯୋଗ ରେ ୬ ଗିରଫ

Advertisment
ମାଓବାଦୀଙ୍କ ନାଁରେ କନିଷ୍ଠଯନ୍ତ୍ରୀଙ୍କୁ ଟଙ୍କା ମାଗିବା ଅଭିଯୋଗ ରେ ୬ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଂଚଳରେ ନିଜକୁ ମାଓବାଦୀ ପରିଚୟ ଦେଇ ଜଣେ କନିଷ୍ଠ ଯନ୍ତ୍ରୀଙ୍କଠାରୁ ଟଙ୍କା ମାଗିବା ଅଭିଯୋଗରେ ଗିରଫ ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳିଯାଇଛି । ପୁଲିସ ସୁତରୁ ପ୍ରକାଶ ଯେ, ମଦନପୁର ରାମପୁର ବ୍ଲକର କନିଷ୍ଠଯନ୍ତ୍ରୀ ବୈଶାଖୁ ହରିଜନଙ୍କୁ ମଦନପୁର ରାମପୁର ଥାନା ଅନ୍ତର୍ଗତ ସିଂହପୁର ଗ୍ରାମର ଜୟପ୍ରକାଶ ପ୍ରଧାନ, ଚନ୍ଦ୍ରକାନ୍ତ ତାଣ୍ଡି, ଭୁବନାନନ୍ଦ ନାଏକ ନିଜକୁ ମାଓବାଦୀଙ୍କ ପରିଚୟ ଦେଇ ବିଭିନ୍ନ ସମୟରେ ଟଙ୍କା ଆଦାୟ କରିବା ସହିତ ବିଭିନ୍ନ ପ୍ରକାର ଧମକଚମକ ଦେଉଥିବା ଅଭିଯୋଗ ହେଇଥିଲା । ଏ ନେଇ କନିଷ୍ଠଯନ୍ତ୍ରୀ ବୈଶାଖୁ ହରିଜନ ମଦନପୁର ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପୁଲିସ ଘଟଣାର ତଦନ୍ତ ସହିତ ମୋବାଇଲ ଟ୍ରାକିଂ ମାଧ୍ୟମରେ ସିଂହପୁର ଗ୍ରାମର ଅଭିଯୁକ୍ତ ଜୟପ୍ରକାଶ ପ୍ରଧାନ(୨୫), ଚନ୍ଦ୍ରକାନ୍ତ ତାଣ୍ଡି(୨୮)ଭୁବନାନନ୍ଦ ନାଏକ(୩୨)ଙ୍କୁ ଗିରଫ କରିଥିଲା । ସେହିଭଳି ଏହି ଅଭିଯୁକ୍ତ ମାନଙ୍କୁ ସିମକାର୍ଡ଼ ଯୋଗାଇ ଥିବା ପିପଲପଡ଼ାର ମଙ୍ଗଳୁ ନାଏକ, ଝାଲିଆଗୋଭା ର ସିମାଂଚଳ ସାହୁ ଏବଂ ନର୍ଲା ଥାନା ଅନ୍ତର୍ଗତ ଭାଟେଲ ଗ୍ରାମର ଶ୍ରୀକାନ୍ତ ନାଏକ(୨୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe