ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ସାମଗ୍ରୀ ଉଦ୍ଧାର; ୬ ଗିରଫ

Advertisment
ଟ୍ରାଫିକ୍‌ କର୍ମଚାରୀଙ୍କୁ ମାଡ଼ ମାରି ୨ ଗିରଫ

new indian express

ଦାନଗଦୀ: ଲକ୍ଷାଧିକ ଟଙ୍କାର ଚୋରି ବିଦ୍ୟୁତ୍‌ ଉପକରଣକୁ ଆଜି କଳିଙ୍ଗନଗର ପୁଲିସ ଉଦ୍ଧାର କରିବା ସହ ୬ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଳିଙ୍ଗନଗର ଥାନା ଗୋଲାଗାଁର ଦିଲୀପ ସିଂ(୩୦), ଦିଲୀପ ଖଟୁଆ (୨୯), ମନୋଜ ବେହେରା (୨୦), ବାଦଲ ଖଟୁଆ (୨୬), ସୁମନ ବେହେରା (୩୦) ଓ ଭୁଆ ଓରଫ ବିକ୍ରମ ବେହେରା (୨୮)। ପୁଲିସ ଏକ ଚୋରି ମାମଲା ରୁଜୁକରି ୬ ଜଣଙ୍କୁ ଆଜି କୋର୍ଟଚାଲାଣ କରିଛି।

ଡୁବୁରି-ଚଣ୍ତିଖୋଲ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ପିଭିଆର ପ୍ରୋଜେକ୍ଟ ପକ୍ଷରୁ ବିଦ୍ୟୁତ୍‌ କାମ ଚାଲିଛି। ବିଦ୍ୟୁତ୍‌ କାମ ପାଇଁ ଆସିଥିବା ସାମଗ୍ରୀ ସବୁକୁ କମ୍ପାନି ପକ୍ଷରୁ ଗୋଲାଗାଁ ନିକଟସ୍ଥ ଏକ କ୍ରସରରେ ରଖାଯାଇଥିଲା। ୨୨ ତାରିଖ ରାତିରେ ଦୁର୍ବୃତ୍ତମାନେ ସେଠାରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି କରି ନେଇଥିଲେ। ୨୪ ତାରିଖ ଦିନ ଏ ସମ୍ପର୍କରେ ସଂସ୍ଥାର ସାଇଟ୍‌ ଇନଚାର୍ଜ ସେକ ନୁର ଅହମ୍ମଦ କଳିଙ୍ଗନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗୋଲାଗାଁ ନାଳ ନିକଟରୁ ଚୋରି ସାମଗ୍ରୀ ଜବତ କରିବା ସହ ଗୋଲାଗାଁରୁ ୬ ଜଣଙ୍କୁ ଗିରଫ କରିଥିଲା। ଏଥିରେ ସଂପୃକ୍ତ ଅନ୍ୟ ଜଣେ ଲୁଟେରା ଏବେ ବି ଫେରାର ଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe