ବ୍ୟାଙ୍କରୁ ଡକାୟତି ଯୋଜନା ବିଫଳ, ୬ ଅଭିଯୁକ୍ତ ଗିରଫ, ୭୪ ହଜାର ଟଙ୍କା ସମେତ ଗାଡ଼ି-ମୋବାଇଲ ଜବତ

ବ୍ୟାଙ୍କରୁ ଡକାୟତି ଯୋଜନା ବିଫଳ, ୬ ଅଭିଯୁକ୍ତ ଗିରଫ, ୭୪ ହଜାର ଟଙ୍କା ସମେତ ଗାଡ଼ି-ମୋବାଇଲ ଜବତ

ଝାରସୁଗୁଡ଼ା: ଏକ ବଡ଼ ଧରଣର ବ୍ୟାଙ୍କ ଡକାୟତି ଯୋଜନାକୁ ଝାରସୁଗୁଡ଼ା ପୁଲିସ ବିଫଳ କରିଛି। ୟୁକୋ ବ୍ୟାଙ୍କରୁ ଡକାୟତି ପାଇଁ ବିହାରର ୬ ଜଣ ଡକାୟତ ଝାରସୁଗୁଡ଼ା ଜିଲ୍ଲାର ପୁଷ୍ପା ହୋଟେଲରେ ଗୁରୁବାର ରାତି ଯୋଜନା କରୁଥିଲେ। ଝାରସୁଗୁଡ଼ା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ବେଲପାହାଡ ଥାନାରେ ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ବ୍ରଜରାଜନଗର ଏସ୍‌ଡିପିଓ ଏନ୍‌ସି ଦଣ୍ଡସେନାଙ୍କ ନେତୃତ୍ୱରେ ପୁଲିସ ମଧ୍ୟ ରାତ୍ରିରେ ଅତର୍କିତ ଭାବେ ଚଢ଼ାଉ କରିଥିଲା। ପୁଲିସ ଟିମ୍‌ରେ ଓରିଏଣ୍ଟ ଥାନା ଆଇଆଇସି ଏସ୍‌ଡି ପାଣିଗ୍ରାହୀ, ବନହରପାଲି ଆଇଆଇସି ପି.କେ ମିଶ୍ର, ବେଲପାହାଡ ଆଇଆଇସି ରଶ୍ମିତା ବେହେରା ଆଦି ସାମିଲ ଥିଲେ।

publive-image

ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି କହିଛନ୍ତି, ଛପରା ଜିଲ୍ଲା ରିଭିଲଗଞ୍ଜ ଥାନା ଅନ୍ତର୍ଗତ ସାମସୁଦ୍ଦୀନପୁର ଗ୍ରାମର ରାଜେନ୍ଦ୍ର ରାୟଙ୍କ ପୁଅ ଶଙ୍କର ରାୟ (୩୨), ଜିଗନ ତିଓ୍ଵାରୀ ତୋଳା ଗ୍ରାମର ରାମଚରଣ ମିଶ୍ରଙ୍କ ପୁଅ ଚିତ୍ତରଂଜନ ମିଶ୍ର (୨୭), ତେକନିବାସ ଅଞ୍ଚଳର ଦଶରଥ ରାୟଙ୍କ ପୁଅ ଅମନ କୁମାର (୨୫), ଜଲାଲପୁର ଥାନା ଅନ୍ତର୍ଗତ ଭଟ୍ଟ କେଶରୀ ଗ୍ରାମର ଧୀରେନ୍ଦ୍ର କୁମାର ପାଣ୍ଡେ (୨୫), ଟାଉନ ଥାନା ଅନ୍ତର୍ଗତ ତେଲପା ଅଞ୍ଚଳର ରାମାୟଣ ରାୟଙ୍କ ପୁଅ ରିତେଶ କୁମାର (୨୪) ଓ ମୁଜାଫରପୁର ଜିଲ୍ଲାର ସରିୟା ଥାନା ଅନ୍ତର୍ଗତ ଅଯୋଧ୍ୟାପୁର ଗ୍ରାମର ରାଜନାରାୟଣ ସିଂହଙ୍କ ପୁଅ ରୋଶନ କୁମାର (୩୦) ଗିରଫ ହୋଇଛନ୍ତି।

ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୭୪ ହଜାର ୫୦୦ ନଗଦ ଟଙ୍କା, ଏକ ଧଳା ରଙ୍ଗର ସ୍କର୍ପିଓ, ଏକ ଲ୍ୟାପ୍‌ଟପ୍‌, ୨ଟି ସ୍କେମର ମେସିନ, ୬ଟି ମୋବାଇଲ ଫୋନ୍‌ ଓ ୬୦ଟି ଏଟିଏମ୍‌ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe