ଲେଫ୍ରିପଡ଼ା: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବଡ଼ବଙ୍ଗା ଗ୍ରାମରେ ଗତରାତିରେ ଜୁଆ ଖେଳୁଥିବା ବେଳେ ସର୍ଗିପାଲି ଫାଣ୍ଡି ଅଧିକାରୀ କାଶୀନାଥ ବାରିକ ସଦଳବଳ ଚଢଉ କରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗତକାଲି ଦୀପାବଳୀ ଥିବାରୁ ବହୁସଂଖ୍ୟାରେ ଯୁବକ ଆଡ୍ଡା ଜମାଇ ଜୁଆଖେଳ ଚଲାଇତିଲେ । ପୁଲିସ ପହଞ୍ଚିବା କ୍ଷଣି ସେମାନେ ଦୌଡ଼ି ଚାଲିଯାଇତିବା ବେଳେ ଘଟଣାସ୍ଥଳରୁ ସବଡ଼େଗା ଗ୍ରାମର ଅମୀୟ ମାଝୀ (୨୩), ବଡ଼ବଙ୍ଗାର ମନୋଜ ଉର୍ମାଲ (୩୩), ପାଣ୍ଟୁ କଲେତ (୨୨), ସଞ୍ଜୀବ ମୁଣ୍ଡା (୩୨), କରଣ ମୁଣ୍ଡା (୨୦) ଏବଂ ସ୍ୱାଧୀନ ପଟେଲଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏହାଛଡ଼ା ଆଡ୍ଡାସ୍ଥଳୀରୁ ଏକ ବୋଲେରୋ(ଓଆର୍-୨୩-ଇ-୦୩୯୪)କୁ ଜବତ କରିଥିବା ବେଳେ ତାସମୁଠା, ପ୍ଲାଷ୍ଟିକ୍ ମସିଣା, ଗୋଟିଏ ଆଣ୍ଡ୍ରଏଡ଼୍ ମୋବାଇଲ ସମେତ ୫୬୬୦ ଟଙ୍କା ଜବତ କରିଛି ।
୬ ଜୁଆଡ଼ି ଗିରଫ : ବୋଲେରୋ ସହ ୫,୬୬୦ ଟଙ୍କା ଓ ମୋବାଇଲ ଜବତ
Advertisment
Follow Us