ବିଷାକ୍ତ ଛତୁ ଖାଇ ଛଅ ଅସୁସ୍ଥ

ବିଷାକ୍ତ ଛତୁ ଖାଇ ଛଅ ଅସୁସ୍ଥ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବନାମହୁଲ ଗ୍ରାମର ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ଛଅ ଜଣ ଗୁରୁତର ଅସୁସ୍ଥ ହୋଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ ବନାମହୁଲ ଗ୍ରାମର ଗୌରୀଶଙ୍କର ଜାଲଙ୍କ ପରିବାର ଆଜି ସକାଳେ ନିକଟସ୍ଥ ଜଙ୍ଗଲରୁ ଜଙ୍ଗଲି ଛତୁ ଆଣି ରୋଷେଇ କରି ଖାଇ ଥିଲେ।

publive-image

ଛତୁ ଖାଇବା ପରେ ପରିବାରର ସମସ୍ତ ସଦସ୍ୟଙ୍କୁ ଝାଡାବାନ୍ତି ହେବା ପରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ୧୦୮ ଯୋଗେ ସମସ୍ତଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ଛଅ ଜଣ ଗୌରୀଶଙ୍କର ଜାଲ (୯), ଲଳିତା ଜାଲ(୩୨), ପଦ୍ମନ ଜାଲ(୩୫), ତିପେନ୍ଦ୍ର ଜାଲ (୧୨), କିଶୋରୀ ଜାଲ(୨୨) ଭର୍ତ୍ତି କରିଥିଲେ ।  ଡାକ୍ତର ମନୀଷ କୁମାର ପୁରୋହିତ ଏବଂ ସଂଗ୍ରାମ କେଶରୀ ସାହୁ ସେମାନଙ୍କ ଚିକିତ୍ସା ଜାରି ରଖିଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe