ହେଲମେଟ ଯାଞ୍ଚ ବେଳେ ଧରାପଡ଼ିଲା ଚୋର, ୬ ବାଇକ୍‌ ଉଦ୍ଧାର

Advertisment
ହେଲମେଟ ଯାଞ୍ଚ ବେଳେ ଧରାପଡ଼ିଲା ଚୋର, ୬ ବାଇକ୍‌ ଉଦ୍ଧାର

Sambad

ଖୋର୍ଦ୍ଧା: ହେଲମେଟ ଆଦି ଯାଞ୍ଚ ଚାଲୁଥିଲା। ଯାଞ୍ଚ ବେଳେ ଦୁଇଜଣ ଯୁବକ ସେମାନେ ନେଇ ଯାଉଥିବା ବାଇକ୍‌ର ବୈଧ କାଗଜପତ୍ର ଦେଖାଇପାରିଲେ ନାହିଁ। ପଚରାଉଚୁରାରେ ଗୋଟିଏ ନୁହେଁ ଏଭଳି ୬ଟି ମୋଟର ସାଇକଲ ଚୋରି କରି ନେଇଥିବା ଜଣାପଡ଼ିଲା। ଏଭଳି ଏକ ଘଟଣା ଆଜି ଖୋର୍ଦ୍ଧା ସହରର ଚଣ୍ଡିଚୁଆ ଛକ ନିକଟରେ ଘଟିଛି। ସୂଚନାନୁସାରେ, ଆଜି ପୁଲିସ ପକ୍ଷରୁ ଚଣ୍ଡିଚୁଆ ଛକ ନିକଟରେ ଗାଡ଼ିମୋଟର ଆଦିର ଯାଞ୍ଚ ଚାଲୁଥିଲା। ଏହି ସମୟରେ ଦୁଇଜଣ ଯୁବକଙ୍କୁ ଅଟକାଇ ସେମାନେ ନେଇ ଯାଉଥିବା ଏକ ହିରୋ ହୋଣ୍ଡା ସ୍ପେଲଣ୍ଡରର କାଗଜପତ୍ର ଦେଖାଇବାକୁ ପୁଲିସ କହିଥିଲା। କିନ୍ତୁ ସେମାନେ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ସ‌ନ୍ଦେହରେ ସେମାନଙ୍କୁ ଥାନାକୁ ନେଇ ପଚାରାଉଚୁରା କରିବାରେ ୬ଟି ମୋଟର ସାଇକଲ ଚୋରାଇଥିବା ସ୍ୱୀକାର କରିଥିଲେ। ସେମାନଙ୍କ ସୂଚନାଧାରରେ ନିର୍ଦ୍ଧାରିତ ସ୍ଥାନରୁ ଅନ୍ୟ ୫ଟି ମୋଟରସାଇକଲକୁ ଉଦ୍ଧାର କରାଯାଇଥିଲା।

publive-image Sambad

ଏନେଇ ଥାନାର ଭାରପ୍ରାପ୍ତ ଅଧିକାରୀ ତଥା ଡିଏସପି ସଂଜୟ କୁମାର ପଟ୍ଟନାୟକ କହିଛନ୍ତି ଯେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସଦର ଥାନା ଅଧୀନ ଭଟ୍ଟପଡ଼ାର ଆକାଶ ଭୂୟାଁ (୨୨) ଓ ସଂଗ୍ରାମ ବଳବନ୍ତରାୟ (୨୨)। ସେମାନଙ୍କ ନିକଟରୁ ହିରୋହୋଣ୍ଡା ସ୍ପ୍ଲେଣ୍ଡର ଦୁଇଟି, ହିରୋ ହୋଣ୍ଡା ଏଚ୍ଏଫ୍ ଡିଲକ୍ସ ଗୋଟିଏ, ସ୍ପ୍ଲେଣ୍ଡର ପ୍ରୋ ଗୋଟିଏ, ଗ୍ଲାମୋର ଦୁଇଟି ଜବତ କରାଯାଇଛି। ସେମାନେ ମୋଟରସାଇକଲଗୁଡ଼ିକର ପଞ୍ଜୀକୃତ ନମ୍ବର ଓ ଚେସିସ୍ ନମ୍ବର ବଦଳାଇ ବିକ୍ରି କରିବାକୁ ଚେଷ୍ଟା କରୁଥିଲେ। ଏନେଇ ୩୭୯/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ମାମଲାର ତଦନ୍ତଭାର ଏସ୍ଆଇ ସୁନୀତା ବେହେରାଙ୍କୁ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe