ବୋମା ଖଞ୍ଜୁଥିବା ବେଳେ ୬ ନକ୍ସଲ ଗିରଫ, ଟିଫିମ ବୋମା ଜବତ

Advertisment
ବୋମା ଖଞ୍ଜୁଥିବା ବେଳେ ୬ ନକ୍ସଲ ଗିରଫ, ଟିଫିମ ବୋମା ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଅଂଚଳରେ ରାସ୍ତାରେ ବୋମା ଖଞ୍ଜୁଥିବା ବେଳେ ୬ ଜଣ ନକ୍ସଲକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଏଥିସହ ତରେମ ପାଟଲପାରା ଟେକରି ଅଂଚଳରେ ଏକ ଲ୍ୟାଣ୍ଡମାଇନ ମଧ୍ୟ ଉଦ୍ଧାର କରିଛି। ପୁଲିସ କହିବା ଅନୁଯାୟୀ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ କମ୍ବିଂ ପାଇଁ ବାହାରିଥିଲେ।

ତେବେ ଏହି ସମୟରେ ତେରମ ଏବଂ ସିଲଗେର ମଧ୍ୟରେ ରହିଥିବା ରାସ୍ତାକୁ ଖୋଳି ନକ୍ସଲ ବୋମା ଖଞ୍ଜୁଥିଲେ। ପୁଲିସକୁ ଦେଖି ନକ୍ସଲ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ ସମସ୍ତ ଅଂଚଳକୁ ଘେରି ୪ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଥିଲା।ସେମାନଙ୍କ ନିକଟରେ ଟିଫିନ ବୋମା, ଡିଟୋନେଟର, କୋଡେକ୍ସ ତାର, ବିଦ୍ୟୁତ ତାର, ଗାତ ଖୋଳିବା ପାଇଁ ବ୍ୟବହୃତ ଲୁହା ସାମଗ୍ରୀ ଇତ୍ୟାଦି ଜବତ କରାଯାଇଛି। ଗିରଫ ହୋଇଥିବା ଏହି ଚାରି ଜଣ ନକ୍ସଲ ହେଲେ ମିଡିୟମ ଚେତୁ, ଉଇକା ଆଇତୁ, ତାମୁ ମୁଙ୍ଗୁ ଏବଂ ତାମୁ ଜଗା।

publive-image

ସେହିପରି ବେତରା ପୁଲିସ କୋଡେପାଲ୍ଲୀ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ନରଙ୍ଗ ଭଜ୍ଜି ଏବଂ ବିଛୁ ବଡ୍ଡେକୁ ଗିରଫ କରିଥିଲା।ଏମାନେ ରାସ୍ତା ଖୋଳିବା ଏବଂ ବୋମା ଖଞ୍ଜିବାରେ ଉସ୍ତାଦ ଥିଲେ। ଅନ୍ୟ ଏକ ଘଟଣାରେ ପୁଲିସ ପାମେଡ ଏବଂ ତିପାପୁରମ ମଧ୍ୟରେ ପୁଲିସ ସର୍ଚ୍ଚ  ଅପରେସନ କରୁଥିବା ବେଳେ ୫ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ ଉଦ୍ଧାର କରିଛି। ୧୫୧ ସିଆପରିଏଫ, ୨୦୪ କୋବ୍ରା ଏବଂ ଏସଟିଏଫ ଯବାନ ଏହି ଲ୍ୟାଣ୍ଡମାଇନ ଉଦ୍ଧାର କରିବାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe