ଚୋରା ଖଣିଜ ବୋଝେଇ ୩ ହାଇଓ୍ୱା ଜବତ, ୨ ଗାଡି ଚାଳକ ସହ ୬ ଗିରଫ

Advertisment

ଜବତ ଖଣିଜର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା

ଜବତ ଖଣିଜର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା

ଚୋରା ଖଣିଜ ବୋଝେଇ ୩ ହାଇଓ୍ୱା ଜବତ, ୨ ଗାଡି ଚାଳକ ସହ ୬ ଗିରଫ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ପୁଲିସ ଚୋରା ଖଣିଜ ସାମଗ୍ରୀ ବୋଝେଇ ୩ ହାଇୱା ଜବତ କରିଛି। ପୁଲିସ ଏହି କାରବାରରେ ସଂପୃକତ ଦୁଇ ଗାଡିଚାଳକ ଓ ୪ ଜଣ ଖଣି ମାଫିଆଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦୁଝର ଜିଲ୍ଲା ବଲାଣି ଥାନା ଡୁମୂର୍ତ୍ତା ଗ୍ରାମର କ୍ଷୀରୋଦ ବିରୁଲି, ରାଜେନ ମୁଣ୍ଡା, ପଶ୍ଚିମବଙ୍ଗ ରାଜ୍ୟ, ବର୍ଦ୍ଧନ ଥାନା ଅଂଚଳର ମଣ୍ଟୁ କୁମାର ଓଝା, ରାଜା ସିଂ, ଚନ୍ଦନ କୁମାର ଦାସ ଓ କୁଲଟି ଥାନା ଅଂଚଳର ସୋହେଲ ଖାନ।

ଗତକାଲି ବିଳମ୍ବିତ ରାତିରେ ବଡ଼ବିଲ ପୁଲିସ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଦୁଇଟି ଲୁହାପଥର ବୋଝେଇ ଓ ଗୋଟିଏ ମାଙ୍ଗନିଜ ବୋଝେଇ ହାଇୱା ଗାଡିକୁ ଜବତ କରିଥିବା ଜଣାଯାଇଛି। ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଏକାଧିକ ବନ୍ଦ ଖଣିରୁ ଖଣିଜ ଚୋରି ହେବାନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଗତ କିଛିଦିନ ହେବ ବନ୍ଦ ଖଣି ନିକଟରେ ଓ ଚୋରା ଚାଲାଣ ନିମନ୍ତେ ବ୍ୟବହାର କରାଯାଉଥିବା ରାସ୍ତା ଉପରେ କଡା ନଜର ରଖିବା ସହ ରାତିରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଥିଲେ। ଜବତ ଖଣିଜ ମଧ୍ୟରେ ୭୦ ମେଟ୍ରିକ ଟନ ଲୁହ ପଥର ଓ ୨୫ ମେଟ୍ରିକ ଟନ ମାଙ୍ଗନିଜ ଥିବାବେଳେ ଏହାର ଆନୁମାନିକ ମୂଲ୍ୟ ସାଢ଼େ ୫ ଲକ୍ଷ ବୋଲି ଜଣାଯାଇଛି।

ଜବତ ହାଇୱା ମଧ୍ୟରେ ଦୁଇଟି ପଶ୍ଚିମବଙ୍ଗର ଗାଡ଼ି  ଡବ୍ଲ୍ୟୁବି୩୭ସି-୪୧୯୯ ଓ ଡବ୍ଲ୍ୟୁବି୫୯ବି-୯୪୬୬ ହୋଇଥିବାବେଳେ ଅନ୍ୟଟି ନାଗାଲାଣ୍ଡ ରାଜ୍ୟର ଗାଡି ଏନ୍‌ଏଲ୍‌୦୧ଏଡି-୮୧୯୭ ବୋଲି ଜଣାଯାଇଛି। ଏନେଇ ବଡ଼ବିଲ ଥାନାର ସବଇନିସପେକ୍ଟର ଅଭିମନ୍ୟୁ ଦାସଙ୍କ ରିପୋର୍ଟ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି। ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe