ଗାୟକଙ୍କ ବିରୋଧରେ ଏତଲା ଦେଲା ୬ଟି ସଂଗଠନ

Advertisment

ଗିରଫ କରାନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ଗିରଫ କରାନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ଗାୟକଙ୍କ ବିରୋଧରେ ଏତଲା ଦେଲା ୬ଟି ସଂଗଠନ

Sambad

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ମହିଳା ଓ ଝିଅଙ୍କୁ ଆଶାଳୀନ ମନ୍ତବ୍ୟ ଦେଇ ଗୀତ ଗାଇଥିବା ବାଲେଶ୍ୱର ଅଂଚଳର ଶଙ୍କର ଓମ ଶାରନ ଓରଫ ଉମାକାନ୍ତ ନାମକ ଗାୟକଙ୍କ ବିରୋଧରେ ଜୟପୁର ସହରର ଛଅ ଗୋଟି ସଂଗଠନ ଓ କଳାକାରଙ୍କ ଦ୍ବାରା ପୃଥକ ପୃଥକ ଭାବେ ୬ଟି ଏତଲା ଟାଉନଥାନାରେ ଦାଖଲ କରାଯାଇଛି। ଜୟପୁରର କୁସୁମାଞ୍ଜଳୀ ମହିଳା ଗ୍ରୁପ, ଇଣ୍ଟରନ୍ୟାସନାଲ ହ୍ୟୁମାନରାଇଟ କମ୍ୟୁନିଟି, କୋରାପୁଟ ଶାଖା, ଜୟପୁର ସଚେତନ ମହିଳା ସଂଘ, ଜୟପୁର ସଚେତନ ଛାତ୍ରୀ ସଂଘ, ସ୍ୱର ଘୁଙ୍ଗୁର ଏବଂ କୋରାପୁଟିଆ କଳା ଓ କଳାକାରଙ୍କ ପକ୍ଷରୁ ଏହି ଏତଲା ଦିଆଯାଇଛି। ଏହାକୁ ଏସଡିପିଓ ଅରୁଫ ଅଭିଶେଖ ବେହେରା ଗ୍ରହଣ କରିଛନ୍ତି। ଏଥିରେ ଗାୟକଙ୍କୁ ତୁରନ୍ତ ଗିରଫ କରିବା, ଉକ୍ତ ୟୁଟ୍ୟୁବ୍ ପ୍ଲାର୍ଟଫର୍ମକୁ ରଦ୍ଧକରିବା ସହ ଏହାର ଗୀତିକାର, ସଂଗୀତକାର ଓ ଅନ୍ୟ ସଂଶ୍ଲିଷ୍ଟ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ଏତଲା ଦେବା ସମୟରେ ବିଶିଷ୍ଟ ସଂଗୀତକାର ଧୀରେନ ମୋହନ ପଟ୍ଟନାୟକ, ମନୋଜ କୁମାର ପାତ୍ର, ହିମାଂଶୁ ମହାପାତ୍ର, ରାହୁଲ ସାମନ୍ତରାୟ, ବାଦଲ ସମନ୍ତରାପାତ୍ର, ଜି .ରାମବାବୁ, ସାଗରିକା ପଟ୍ଟନାୟକ,ସସ୍ମିତା ମିଶ୍ର, ଶିଳ୍ପା ପାଣି, ସାଗରୀକା ମହାପାତ୍ର, ସଂଜୀବନି ପଣ୍ଡା, ରଶ୍ମି ପଟନାୟକ, ବାସନ୍ତି ଜେନା, ଟ୍ୱିଙ୍କେଲ ମିଶ୍ର, ମିନାକ୍ଷୀ ନାୟକ, ଅପର୍ଣ୍ଣା ସାହୁ, ଶ୍ରୀୟା ପଟ୍ଟନାୟକ, ମୋନିକା ପଟ୍ଟନାୟକ, ଭାଗ୍ୟଲକ୍ଷ୍ମୀ ଆଚାରୀ, କୃଷ୍ଣ ଚନ୍ଦ୍ର ହୋତା, ସ୍ଵର୍ଣଲତା ପଣ୍ଡା, ସୁଶାନ୍ତ ପଣ୍ଡା, ଶ୍ରୀକାନ୍ତ ଦାସ, ଦିବାକର ପଟ୍ଟନାୟକ, ଜୟନ୍ତ ଦାସ, ପିୟୂଷ ପଟ୍ଟନାୟକ, ପରମଜୀତ କୌର, ଜି. ଭାରତୀ, ରୋଜା ପାତ୍ର, ବବିତା ପଟ୍ଟନାୟକ, କୃଷ୍ଣ ଦାସ, ଏମ. ସତ୍ୟନାରାୟଣ, ସ୍ବର୍ଣ୍ଣସିଂହ, ଦୁର୍ଗା ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ।

publive-image Sambad

ମହିଳା ଓ ଝିଅଙ୍କୁ ଏବଂ ଖାସ୍ କରି ଅଭିବକ୍ତ କୋରାପୁଟ ଜିଲ୍ଲାର ମହିଳା ଓ ଝିଅଙ୍କ ପ୍ରତି ଏଭଳି ଅସଭ୍ୟ ଓ ଆଶାଳୀନ ମନ୍ତବ୍ୟ ଦେଇ ଗୀତ ଗାଇବା କାପୁରୁଷତାର ପରିଚୟ ବୋଲି ମହିଳା ମାନେ କହିଛନ୍ତି। ଉକ୍ତ ଗାୟକଙ୍କୁ ଗିରଫ କରିବା ସହ ପୁଲିସ ପ୍ରଶାସନ ଯଦି କଡ଼ା କାର୍ଯ୍ୟାନୁଷ୍ଠାନ ନ‌ ନିଏ ତେବେ ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇବେ ସେଥି ପାଇଁ ପୁଲିସ ଓ ପ୍ରଶାସନ ହିଁ ଦାୟି ରହିବେ ବୋଲି ଏମାନେ ଚେତାବନୀ ଦେଇଛନ୍ତି। ଉକ୍ତ ୟୁଟ୍ୟୁବ ଗୀତରେ ସେ କଣ ଗାଇଛନ୍ତି ତାହାର ସଂପୁର୍ଣ୍ଣ ରୁପେ ଯାଞ୍ଚ କରିବା ସହ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ଏସଡିପିଓ ଅରୁପ ଅଭିଶେଖ ‌ବେହେରା। କାହାରି ଭା‌ବାବେଗ୍ ଓ ମହିଳା, ଝିଅଙ୍କ ପ୍ରତି ଅସମ୍ମାନ କରିବା ଠିକ ନୁହେଁ। ଏସବୁର ଯାଞ୍ଚ କରି ପୁଲିସ ମାମଲା ରୁଜୁ କରିବ ବୋଲି କହିଛନ୍ତି ଏସଡିପିଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe