ଆକୋଇନ୍‌ ଓଡ଼ିଶା ଚାପଟରର ୬ଷ୍ଠ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

Advertisment
ଆକୋଇନ୍‌ ଓଡ଼ିଶା ଚାପଟରର ୬ଷ୍ଠ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

Sambad

ଖୋର୍ଦ୍ଧା: ଆସୋସିଏସନ୍ ଅଫ୍ କମ୍ୟୁନିଟି ଅପ୍ଥାଲମୋଜିଷ୍ଟ ଅଫ୍ ଇଣ୍ଡିଆ (ଆକୋଇନ୍)ର ଓଡ଼ିଶା ରାଜ୍ୟ ଶାଖାର ୬ଷ୍ଠ ବାର୍ଷିକ ସମ୍ମିଳନୀ ଆଜି ଖୋର୍ଦ୍ଧା ସହରରେ ଥିବା ଜୟୀ ରାଜଗୁରୁ ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ରାଜ୍ୟ ଓ ରାଜ୍ୟ ବାହାରୁ ଚକ୍ଷୁରୋଗ ଡାକ୍ତର, ସ୍ନାତକୋତ୍ତର ଛାତ୍ରଛାତ୍ରୀ ଓ ଚକ୍ଷୁ ସହାୟକ ଯୋଗ ଦେଇଥିଲେ। ସମ୍ମିଳନୀ ଅପରାହ୍ନ ୩ଟା ଯାଏଁ ଚାଲିଥିଲା। ଏଥିରେ ଡଃ. ବିଏନ୍ଆର୍ ସୁବୁଦ୍ଧି, ଡଃ. ପ୍ରଶାନ୍ତ ନନ୍ଦ, ଡଃ. ସରୋଜ ତ୍ରିପାଠୀ, ଡଃ. ସବ୍ୟସାଚୀ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ନିମନ୍ତ୍ରିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ, କୋଲକାତାର ଚକ୍ଷୁ ବିଶେଷଜ୍ଞ ଡଃ. ସପନ ସାମନ୍ତ ମଞ୍ଚାସୀନ ଥିଲେ। ଆଲୋଚନାଚକ୍ରରେ ବର୍ତମାନ ଚକ୍ଷୁ ସମ୍ପର୍କିତ ବିଭିନ୍ନ ସମସ୍ୟା, ଏହାର ନିରାକରଣ, ଚିକିତ୍ସାନିମନ୍ତେ ଉପଲବ୍ଧ ବିଭିନ୍ନ ଔଷଧ, ଯନ୍ତ୍ରପାତି ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗ୍ରାମାଞ୍ଚଳରେ ଚକ୍ଷୁ ସମସ୍ୟାରେ ପୀଡ଼ିତ ରୋଗୀଙ୍କ ନିକଟରେ କିଭଳି ଆଧୁନିକ ଚିକିତ୍ସା ସୁବିଧା ସହଜରେ ପହଞ୍ଚି ପାରିବ ସେନେଇ ସମସ୍ତେ କାର୍ଯ୍ୟ କରିବାକୁ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଚକ୍ଷୁରୋଗ ବିଶେଷଜ୍ଞ ଡଃ. ଅଜୟ କୁମାର ସିଂହ ଓ ସଂଗଠନର ସଦସ୍ୟ-ସଦସ୍ୟାମାନେ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe