ଶୌଚାଳୟର ସେପ୍ଟିକ ଟାଙ୍କିରୁ ନରକଙ୍କାଳ ଉଦ୍ଧାର

Advertisment
ଶୌଚାଳୟର ସେପ୍ଟିକ ଟାଙ୍କିରୁ ନରକଙ୍କାଳ ଉଦ୍ଧାର

ରାଉରକେଲା : ବଣାଇଁ ଉପଖଣ୍ଡର କୋଇଡା ଥାନା ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତର ମୁଣ୍ଡା ବସ୍ତିର ଶୌଚାଳୟର ସେପ୍ଟିକ ଟାଙ୍କିରୁ ନର କଙ୍କାଳ ଉଦ୍ଧାର ହୋଇଛି l ସ୍ଥାନୀୟ ଲୋକେ ଦେଖି ପୁଲିସକୁ ସୂଚନା ଦେଇଥିଲେ | ତେବେ ନରକଙ୍କାଳଟି କୌଣସି ଜଣେ ମହିଳାଙ୍କର ବୋଲି ପୁଲିସ ଅନୁମାନ କରୁଛି l ଏହା କେଉଁଠୁ ଆସିଲା କେମିତି ଆସିଲା ଏବେ ସନ୍ଦେହ ଘେରରେ ରହିଛି ।

ସୂଚନାରୁ ପ୍ରକାଶ ଯେ କିଛି ଦିନ ହେଲା ଏହି ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଏହି ନରକଙ୍କାଳକୁ ନେଇ ଆଲୋଚନା ହେଉଥିଲା। ପରେ ଏହା ବିଷୟରେ କୋଇଡା ଥାନାକୁ ଖବର ଦେଇଥିଲେ ମଧ୍ୟ ଥାନା ଅଧିକାରୀ କର୍ଣ୍ଣପାତ କରି ନଥିଲେ। ତେବେ ଆଜି ଖବର ପାଇ କୋଇଡ଼ା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନରକଙ୍କାଳକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe