୨୭ ବସ୍ତିକୁ ନେଇ ବିଜୁ ଆଦର୍ଶ କଲୋନି ଗଢ଼ିବ ପୌର ପ୍ରଶାସନ

Advertisment
୨୭ ବସ୍ତିକୁ ନେଇ ବିଜୁ ଆଦର୍ଶ କଲୋନି ଗଢ଼ିବ ପୌର ପ୍ରଶାସନ

Sambad

ଜୟପୁର: ସହରରେ ଥିବା ୨୭ଟି ବସ୍ତି ଅଞ୍ଚଳକୁ ବିଜୁ ଆଦର୍ଶ କଲୋନିରେ ପରିଣତ କରିବା ପାଇଁ ପୌରପ୍ରଶାସନ ଅଣ୍ଟା ଭିଡ଼ିଛି। ବସ୍ତିବାସିନ୍ଦାଙ୍କ ନିକଟରେ ପହଞ୍ଚି ତୃଣମୂଳସ୍ତରରେ ପରିବର୍ତ୍ତନ ଆଣିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ବସ୍ତି ଅଞ୍ଚଳର ଡ୍ରେନ, ଷ୍ଟ୍ରିଟ୍ ଲାଇଟ୍, ଶିଶୁ ଉଦ୍ୟାନ, କମ୍ୟୁନିଟି ସେଣ୍ଟର (ପରିଚୟ ଗୃହ), ବିଜୁଳି, ପାଇପ୍ ଯୋଗେ ଜଳଯୋଗାଣ, ବ୍ୟକ୍ତିଗତ ଶୌଚାଳୟ ସହ ବସ୍ତିର ସର୍ବାଙ୍ଗୀନ ବିକାଶ ପାଇଁ ସିଧାସଳଖ ଭାବେ ସେମାନଙ୍କ ସହ ଆଲୋଚନା କରି ନିଷ୍ପତି ନିଆଯାଇଥିଲା। ଏଥିରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ପୌର ପାଳିକା ଅଧ୍ୟକ୍ଷ ନ‌ରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି. ସୁନିତା, କାଉନସିଲର, ଇଓ, ସିଓଏସ୍, ସିଏମୟୁ ପରିଚାଳକ, ପରିମଳ ବିଶେଷଜ୍ଞ, ଏଲଆରସି କିରାଣୀ ଓ ଅନ୍ୟାନ୍ୟ କର୍ମଚାରୀ ଆଦି ଭାଗ ନେଇ ଥିଲେ।

ଏହି ପ୍ରସଙ୍ଗରେ ବସ୍ତିବାସିନ୍ଦା ସଂଘ ପକ୍ଷରୁ ସଚେତନତା ସୃଷ୍ଟି କରି କିଭଳି ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା। ‘‘ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରିବା ବିଜୁ ଆଦର୍ଶ କଲୋନୀ ଗୋଡ଼ିବା ’’ ସ୍ଲୋଗାନକୁ ନେଇ ସମସ୍ତ ୨୭ଟି ଯାକ ବସ୍ତିରେ ଏହାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପଟ୍ଟନାୟକ। ପ୍ରଥମଥର ପୌରପାଳିକାର ପ୍ରଶାସନିକ ଅଧିକାରୀ, କର୍ମଚାରୀ, ପୌରଅଧ୍ୟକ୍ଷ, ‌କାଉନସିଲର ଆଦି ଲୋକଙ୍କ ନିକଟକୁ ଯାଇ ନୂଆ ଅଭିଯାନକୁ ସଫଳ କରିବାକୁ ପ୍ରୟାସ କରୁଛନ୍ତି। ଆଗାମୀ ଦିନରେ ଏହା କେତେ ଦୁର ସଫଳ ହେବ ତାହା ସମୟ କହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe