ଭଞ୍ଜନଗର ଜେଲ୍ ପଡିଆରେ କ୍ଷୁଦ୍ର ପ୍ରଦର୍ଶନୀ ମେଳା

ଭଞ୍ଜନଗର ଜେଲ୍ ପଡିଆରେ କ୍ଷୁଦ୍ର ପ୍ରଦର୍ଶନୀ ମେଳା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଭଞ୍ଜନଗର ଜେଲ୍ ପଡିଆ ପରିସରରେ କ୍ଷୁଦ୍ର ପ୍ରଦର୍ଶନୀ ମେଳାକୁ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉଦ୍ଘାଟନ କରିଛନ୍ତି।

ଓର୍ମାସ୍ ଓ ମିଶନ ଶକ୍ତି ମିଳିତ ସହଯୋଗରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତି ସାମଗ୍ରୀ ବିକ୍ରି କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏଠାରେ ୫ଟି ଷ୍ଟଲ୍ରେ ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ହସ୍ତଶିଳ୍ପ, ମସଲା, ଆଚାର, ପାମ୍ପ ଓ କପଡା ଆଦି ରଖାଯାଇଛି।

ଏହି ପ୍ରଦର୍ଶନୀ ଆଗାମୀ ମାସ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଏହି ଅବସରରେ ବିଡିଓ ଅନୀଲ କୁମାର ସେଠୀ ଏବଂ ଓରମାସ୍ର ଡେପୁଟି ସିଇଓ ଡ.ଜ୍ୟୋତି ପ୍ରକାଶ ମହାନ୍ତି ଉପସ୍ଥିତ ରହିଥିଲେ। ଏଥିରେ ଭଞ୍ଜନଗର ବେଲଗୁଣ୍ଠା ଏବଂ ଜଗନ୍ନାଥପ୍ରସାଦର ପ୍ରଶାସନିକ କର୍ମକର୍ତ୍ତାମାନେନ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe