ପୁଣି ସର୍ବଭାରତୀୟସ୍ତରରେ ରାଉରକେଲା ସ୍ମାର୍ଟସିଟିକୁ ଉପଲବ୍ଧି, ‘ଇଟ୍‌ ସ୍ମାର୍ଟ ସିଟି’ ପ୍ରତିଯୋଗିତାରେ ଚମକିଲା ରାଉରକେଲା

Advertisment
ପୁଣି ସର୍ବଭାରତୀୟସ୍ତରରେ ରାଉରକେଲା ସ୍ମାର୍ଟସିଟିକୁ ଉପଲବ୍ଧି, ‘ଇଟ୍‌ ସ୍ମାର୍ଟ ସିଟି’ ପ୍ରତିଯୋଗିତାରେ ଚମକିଲା ରାଉରକେଲା

ରାଉରକେଲା: ରାଉରକେଲା ସ୍ମାର୍ଟ ସିଟି ପୁଣି ଥରେ ସର୍ବଭାରତୀୟସ୍ତରରେ କୃତିତ୍ବ ଅର୍ଜନ କରିଛି। ‘ଇଟ୍‌ ସ୍ମାର୍ଟ ସିଟି’ ପ୍ରତିଯୋଗିତାରେ ରାଉରକେଲା ସ୍ମାର୍ଟ ସିଟି ଶ୍ରେଷ୍ଠ ୧୧ଟି ସହର ମଧ୍ୟରେ ରହିଛି। ଅନ୍ୟ ସହରଗୁଡ଼ିକ ହେଲା,-ପାନାଜୀ, ରାଜକୋଟ, ସାଗର, ସୁରତ, ତୁମକୁରୁ, ଉଜ୍ଜୈନ, ଚଣ୍ଡିଗଡ଼, ଇନ୍ଦୋର, ଜବଲପୁର ଓ ଜମ୍ମୁ। କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟର ସ୍ମାର୍ଟ ସିଟି ମିଶନ, ଖାଦ୍ୟ ସୁରକ୍ଷା ଓ ଗୁଣବତ୍ତା କର୍ତ୍ତୃପକ୍ଷ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଖାଦ୍ୟ ଓ କୃଷି ସଂସ୍ଥା, ଏମୟୁଏଫପିପି, ଫୁଡ୍‌ ଫାଉଣ୍ଡେସନ ତଥା ନେଟପ୍ରୋଫାନ (ନେଟୱର୍କ ଅଫ ପ୍ରଫେସନାଲ୍‌ସ ଅଫ ଫୁଡ୍‌ ଆଣ୍ଡ୍‌ ନ୍ୟୁଟ୍ରିସନ) ସଂସ୍ଥାର ସଦସ୍ୟମାନେ ଏହି ପ୍ରତିଯୋଗିତା ମୂଲ୍ୟାଙ୍କନ କରିଥିଲେ। ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଲୋକମାନଙ୍କୁ ସ୍ୱଚ୍ଛ, ଶୁଦ୍ଧ ତଥା ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ଉତ୍ସାହିତ କରିବା। ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ସହରଗୁଡିକ ଆସନ୍ତା ଏକ ବର୍ଷ ପାଇଁ ସେମାନଙ୍କର ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଭିନ୍ନ ପ୍ରକାର ସାହାଯ୍ୟ ଯୋଗାଇଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe