ସାପ କାମୁଡ଼ାରେ ଶିଶୁ ମୃତ

ସାପ କାମୁଡ଼ାରେ ଶିଶୁ ମୃତ

iStock

ଝାରସୁଗୁଡା: ଝାରସୁଗୁଡା ଥାନା କାପୂମାଲରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଉଛିl ଘର ଦୁଆରେ ଖେଳୁଥିବା ଅବସ୍ଥାରେ ସାପ କାମୁଡ଼ାର ଶିକାର ହୋଇଥିବା ଏକ ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛିl ମୃତକ ହେଲେ ଏହି ଗ୍ରାମର ଖଗେଶ୍ୱର ଦିଲାଙ୍କ ପୁଅ ଅରମାନ(୫)। ଏହି ଘଟଣାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଅରମାନ ଘର ବାହାରେ ଖେଳୁଥିବା ସମୟରେ କୌଣସି ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅରମାନର ମୃତ୍ୟୁ ଘଟିଛିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe