ସର୍ପାଘାତରେ ଯୁବକ ମୃତ

ସାପ କାମୁଡ଼ାରେ ମହିଳା ମୃତ

bumrungrad.com

ଧର୍ମଶାଳା: ଧର୍ମଶାଳା ବ୍ଲକ୍ ପାଟପୁର ଗ୍ରାମର ପ୍ରଭାତ କୁମାର ପୃଷ୍ଟିଙ୍କ ପୁଅ ପ୍ରୀତିଶ୍(୨୩)ଙ୍କ ସର୍ପାଘାତରେ ଆଜି ମୃତ୍ୟୁ ହୋଇଛି। ଗତମାସ ୧୯ତାରିଖ ସାବିତ୍ରୀ ଓଷା ଦିନ ପ୍ରୀତିଶଙ୍କୁ ତାଙ୍କ ବାଡ଼ିରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା।

ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା କରାଯାଉଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ଣରେ ତାଙ୍କର ମୃତ୍ୟୁ ଘଟିଛି। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶରେ ଶେଷକୃତ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe